୨୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର – ଟିଟିଲାଗଡ଼ ରାସ୍ତା ୨୬ ନମ୍ବର ଜାତୀୟ ରାଜପଥରେ ବୀଜାଖମନ ନିକଟରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜଣେ ଡାକ୍ତରଙ୍କ ଜୀବନ । ମୃତ ଡାକ୍ତର ଜଣକ ଦେଓଗାଁ ଥାନା ହାତୀଶରା ଗାଁର ଡାକ୍ତର ରବୀନ୍ଦ୍ର ରାୟ (୨୮) ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ଡାକ୍ତର ରବୀନ୍ଦ୍ର ରାୟ ବୁଲେଟରେ ଦେଓଗାଁ ଅଭିମୁଖେ ଯାଉଥିବା ସମୟରେ ବୀଜାଖମନ ନିକଟରେ ଅଟୋ ସହ ବୁଲେଟ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଡାକ୍ତର ରାୟ ଗୁରୁତର ହୋଇପଡ଼ିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ଗୁରୁତର ଡାକ୍ତର ରାୟଙ୍କୁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଦୁର୍ଘଟଣା ପରେ ଅଟୋ ଚାଳକ ଅଟୋ ଛାଡ଼ି ଫେରାର୍‌ ହୋଇଯାଇଛି । ଏନେଇ ଟାଉନ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ଅବନୀ ସାହୁ କହିଛନ୍ତି । ସେପଟେ ଯୁବା ବୟସରେ ନିଜ ଡାକ୍ତର ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ରବୀନ୍ଦ୍ର ରାୟଙ୍କ ପୁରା ପରିବାର । ଗତ ୬ ମାସ ତଳେ ତାଙ୍କର ବାହାଘର ହୋଇଥିଲା । ପରିବାରରେ ସମସ୍ତେ ଖୁସିରେ ଥିଲେ । ତେବେ ତାଙ୍କର ହଠାତ୍ ଏଭଳି ଏକ ଘଟଣାରେ ପୁରା ପରିବାର ଭାଙ୍ଗିପଡ଼ିଛି ।

Leave A Reply

Your email address will not be published.