ରିୟା ସିଂଘା ହାତେଇଲେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ଟାଇଟଲ

ମୁମ୍ଵାଇ : ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ଟାଇଟଲ ହାତେଇଲେ ରିୟା ସିଂଘା । ଉର୍ବଶୀ ରାଉତେଲା ନିଜ ହାତରେ ରିୟାଙ୍କୁ ଏହି ମୁକୁଟ ପିନ୍ଧାଇଛନ୍ତି । ପ୍ରାୟ ୫୧ ଜଣ ପ୍ରତିଯୋଗୀ ସେମାନଙ୍କ ସୁନ୍ଦରତା ଓ ବୁଦ୍ଧି ଦେଖାଇଥିଲେ । ଏହି ସବୁରେ ରିୟା ସମସ୍ତଙ୍କୁ ପଛରେ ପକାଇ ନିଜେ ମୁକୁଟ ଜିତିଛନ୍ତି । ଏହି ଟାଇଟଲ୍ ରାଜସ୍ଥାନର ରାଜଧାନୀ ଜୟପୁରରେ ଆୟୋଜିତ ହୋଇଥିଲା । ବର୍ତ୍ତମାନ ରିୟା ଏଠାରୁ ବିଜେତା ହୋଇ ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ଆୟୋଜନ କରିବେ । ରାଜସ୍ଥାନର ରାଜଧାନୀ ଜୟପୁରରେ ଆୟୋଜିତ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ପ୍ରତିଯୋଗିତାର ଟାଇଟଲ୍ ଜିତିବା ପରେ ରିୟା ସିଙ୍ଘା କହିଛନ୍ତି, ‘ଆଜି ଟାଇଟଲ ଜିତିବା ପରେ ମୁଁ ବହୁତ କୃତଜ୍ଞ। ଏହି ସ୍ତରରେ ପହଂଚିବା ପାଇଁ ମୁଁ ବହୁତ କଠିନ ପରିଶ୍ରମ କରିଛି । ଏହି ସ୍ତରରେ ପହଞ୍ଚିବା ପରେ ମୁଁ ନିଜକୁ ଏହି ମୁକୁଟ ପାଇଁ ଯୋଗ୍ୟ ବୋଲି ବିବେଚନା କରିପାରିବି ।

Leave A Reply

Your email address will not be published.

error: Content is protected !!