ବଲାଙ୍ଗିର : ବାଲି ମାଫିଆଙ୍କ ଆକ୍ରମଣରେ ବାବୁ ଫାସଡ଼ ଆରଆଇ ସୁଶାନ୍ତ ପଟେଲ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ବଲାଙ୍ଗିର ଜିଲ୍ଲା ସାଲେଭଟାଠାରେ ଜଣେ ରାଜସ୍ଵ ନିରୀକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି ।
ସୂଚନାନୁଯାୟୀ, ସାଲେଭଟା ଫାଣ୍ଡି ଅନ୍ତର୍ଗତ ମୁରସୁଣ୍ଢ ଅଙ୍ଗ ନଦୀରୁ ବାଲି ଚାଲାଣ ବେଳେ ଫାସଡ଼ ଆରଆଇ ସୁଶାନ୍ତ ପଟେଲ ବାଲି ବୋଝେଇ ଗାଡିକୁ ଅଟକାଇଥିଲେ । ଏତିକି ବେଳେ ତାଙ୍କୁ ବାଲି ମାଫିଆମାନେ ଆକ୍ରମଣ କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆହତ ଆରଆଇଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏପଟେ ତହସିଲଦାର ଥାନାରେ ଏତଲା ଦେଇଥିବା ଜଣାପଡିଛି ।