ଆସିଲା ମୃତ ଚିନ୍ମୟୀ ସାହୁଙ୍କ ଭିସେରା ରିପୋର୍ଟ

ବୁର୍ଲା : ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁର କାରଣ ଖୋଜା ସରୁନି । ତେବେ ମୃତ ଚିନ୍ମୟୀଙ୍କ ଭିସେରା ରିପୋର୍ଟ ଆସିଛି । ଭିସେରା ରିପୋର୍ଟରେ ଇଥାଇଲ ଆଲକହଲ ସେବନ କରିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍ ପି ବି. ଗଙ୍ଗାଧର । ସେ କହିଛନ୍ତି ଯେ, ‘ମୃତ୍ୟୁ ପୂର୍ବରୁ ଆଲକହଲ ସେବନ କରିଥିବା ସ୍ପଷ୍ଟ ହୋଇଛି । ସିସିଟିଭି ଫୁଟେଜରେ ପିଇବା ବେଳର ଫୁଟେଜକୁ ଏହା ଲିଙ୍କ୍ କରୁଛି । ଦୁଇ ଜଣ ବସିକି ହୋଟେଲରେ ପିଇବା ବେଳର ଫୁଟେଜ ସିଜ୍ କରିଛୁ । ଡାୟାଟମ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ି ହୋଇଛି ବୋଲି ଆସିଥିଲା । ଏହା ଆତ୍ମହତ୍ୟା, ନା’ କେହି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ, ତଦନ୍ତ ଚାଲିଛି ।

Leave A Reply

Your email address will not be published.