oum

ଚାଷୀମାନଙ୍କ ଲାପ୍ସ ଟୋକନକୁ ରିନ୍ୟୁୟଲ କରାଯିବ ସହ ସମସ୍ୟାକୁ ପ୍ରାଥମିକତା ଦିଆଯିବ

jsm

ଯାଜପୁର : ଦଶରଥପୁର ବ୍ଲକସ୍ଥ କମାରଡ଼ିହି ସେବାସମବାୟ ସମିତିରେ ରବିଧାନ କିଣାକୁ ନେଇ ଶନିବାର ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । କାରଣ ଥିଲା ତାରିଖ ୬,୭,୮ ତାରିଖରେ ଥିବା ପ୍ରାୟ ୭୦ ଜଣ ଚାଷୀ ମାନଙ୍କର ଟୁକନ ଲାପସ କରିଯାଇଥିଲା । ଏହି ଘଟଣାକୁ ନେଇ ଚାଷୀ ମାନେ ସମବାୟ କାର୍ୟ୍ୟାଳୟ ଭିତରେ ଅଧିକାରୀ ମାନେ ଥିବା ବେଳେ ପଦାରୁ ଚାଷୀମାନେ କାର୍ୟ୍ୟାଳୟରେ ତାଲା ପକାଇ ଦେଇଥିଲେ । ପରେ ଘଟଣାସ୍ଥଳରେ ମଙ୍ଗଳପୁର ପୋଲିସ ପହଂଚି ଚାଷୀମାନଙ୍କୁ ବୁଝାସୁଝା କରିବା ପରେ ତାଲା ଖୋଲିଥିଲା । ଚାଷୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଆଜି ସକାଳ ପ୍ରାୟ ଦଶଟା ସମୟରେ କୟାଁ ପଞ୍ଚାୟତସ୍ତ ମା’ ଜୟଚଣ୍ଡୀଙ୍କ ପୀଠରେ ଚାଷୀମାନଙ୍କ ସହ ବିଂଝାରପୁର ବିଧାୟିକା ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଲୋଚନା କରିଥିଲେ । ଏହାପରେ ଚାଷୀମାନଙ୍କ ସମସ୍ୟାର ସମାଧାନ କିପରି ହୋଇପାରିବ ସେଥିନେଇ ଯାଜପୁର ଜିଲ୍ଲପାଳ କୃଷି ସଚିବଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଚାଷୀମାନଙ୍କର ହୋଇଥିବା ସମସ୍ୟାର ସମାଧାନ ଖୁବ ଶୀଘ୍ର ହୋଇଯିବ ବୋଲି ପ୍ରତିଶୃତି ଦେବାସହ ତାରିଖ ୬, ୭ଓ ୮ ତାରିଖର ଲାପ୍ସ ହୋଇଥିବା ଟୁକନକୁ ଖୁବଶୀଘ୍ର ରିନୁଆଲ କରାଯିବ ବୋଲି ଉପସ୍ଥିତ ଚାଷୀମାନଙ୍କୁ ପ୍ରତିଶୃତି ଦେବାପରେ ଆଜିଠାରୁ ୯ ତାରିଖ ଟୋକନରେ ଧାନ କିଣାଯାଇଥିଲା । ଏହି ବୈଠକରେ ଉପସ୍ଥିତ ଥିଲେ ଚାଷୀନେତା ଅଭିମନ୍ୟୁ ମଲ୍ଲିକ, ଦୁଷ୍ମନ୍ତ କୁମାର ନାୟକ, ଭାଗିରଥି ସାହୁ, ବିରଜା ମଲ୍ଲିକ, ଜୟପ୍ରକାଶ ନାୟକ, ପ୍ରିୟବ୍ରତ ବିଶ୍ୱାଳ, ମଳୟ କୁମାର ପଣ୍ଡା, ଚୌଧୁରୀ ଜେନା, ଚିତ୍ତରଞ୍ଜନ ନାୟକ, ଚଉବନ ବାରିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଶଗ୍ରହଣ କରିଥିଲେ ।

Leave A Reply

Your email address will not be published.