୨ଜଣ କର୍କଟ ରୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ଅଚଂଳର ଦୁଇ ଜଣ ମହିଳା କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇ, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ ଏବଂ ଆଇଆଇସି ରଶ୍ମିରଜଂନ ପଟ୍ଟନାୟକ ଦୁଇ କର୍କଟ ରୋଗୀ ମୋହନପୁର ଗ୍ରାମର ଶୈଳବାଳା ପରିଡା(୭୨) ଓ ଅନ୍ୟଜଣେ ବେନୁପଡା ଗ୍ରାମର ଲବଙ୍ଗଲତା ପ୍ରଧାନ(୫୫)ଙ୍କ ତାଙ୍କ ବାସଭବନରେ ପହଁଚି ମଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.