ନିଖିଳ ଓଡିଶା ଏମ୍‌.ଡି.ଏମ୍‌ ପାଚିକା ସହାୟିକା ସଂଘ ଦ୍ୱାରା ରେଲି ଓ ପ୍ରତିବାଦ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ (ଏମ୍‌ଡିଏମ୍‌) ପାଚିକା ସହାୟିକାଙ୍କ ପାରିଶ୍ରମିକ ଓ ସର୍ବନିମ୍ନ ମଜୁରୀ ଦାବି ନେଇ ଜିଲ୍ଲା ସଭାପତି ପାଣ୍ଡବ ଭୋଇଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ୧୪ଟି ବ୍ଲକର ପାଚିକା ସହାୟିକାଙ୍କୁ ନେଇ କୋଶଳ କଳାମଣ୍ଡଳ ପଡିଆରୁ ଏକ ବିରାଟ ରେଲିରେ ବାହାରି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସଭା ଅନୁଷ୍ଠିତ କରାଯାଇ ୧୩ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଗଲା । ସଂଗଠନର ଜିଲ୍ଲା ସମ୍ପାଦିକା ମାଧବି କଲତା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପାଚିକା ସହାୟିକାମାନଙ୍କ ପ୍ରତି ଟାଳ ଟୁଳ ନୀତି ଅବଲମ୍ବନ କରି ଶ୍ରମ ଶୋଷଣ କରୁଥିବାରୁ ପ୍ରତିବାଦ ସଭାରେ ସରକାରଙ୍କୁ କଡା ନିନ୍ଦା କରିଥିଲେ । ଏ.ଆଇ.ଟି.ୟୁ.ସି ବଲାଙ୍ଗିର ଜିଲ୍ଲା ସଭାପତି ସାଥି ତୀର୍ଥ ପଧାନ ରେଲି ଓ ବିକ୍ଷୋଭ ସଭାରେ ଯୋଗଦେଇ ସରକାର ପାଚିକା ସହାୟିକାଙ୍କୁ ତାଙ୍କର ସର୍ବନିମ୍ନ ମଜୁରୀ ମାସକକୁ ୨୬,୦୦୦ ଟଙ୍କା ପ୍ରଦାନ କରନ୍ତୁ, ସରକାରୀ ମାନ୍ୟତା ପ୍ରଦାନ ବର୍ଷକୁ ୧୦ ମାସ ବଦଳରେ ୧୨ ମାସର ପାରିଶ୍ରମିକ ପ୍ରଦାନ, କାର୍ଯ୍ୟ ସମୟ ସୀମା ୬୦ ରୁ ୬୫ ବର୍ଷକୁ ବୃଦ୍ଧି, ପାରିଶ୍ରମିକ ମାସର ପ୍ରଥମ ସପ୍ତାହରେ ପ୍ରଦାନ ଇତ୍ୟାଦି ୧୩ ଗୋଟି ଦାବି ଉପସ୍ଥାପନ କରି ଉଭୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଜିଲ୍ଲା ସଭାପତି ପାଣ୍ଡବ ଭୋଇ, ଜିଲ୍ଲା ସମ୍ପାଦିକା ମାଧବି କଲତା, ରାଜ୍ୟ ଉପସଭାପତି ଅକ୍ଷୟ କୁମାର ମେହେର, ଜିଲ୍ଲା ଏ.ଆଇ.ଟି.ୟୁ.ସି ସଭାପତି ତୀର୍ଥ ପଧାନ, ଶ୍ରମିକ ନେତା ଗୋପାଲ ଭୋଇ, ଶ୍ରୀୟା ଥନାପତି, ଅମୃତ ଭାଟି, ସରସ୍ୱତି ବାରିକ, ରିନା ବିଶ୍ୱାଲ, ପ୍ରତିମା ପୁଟେଲ, ଗୀତା ଦର୍ଜି, ଗୁଣବତୀ ମହାଲିଙ୍ଗ, ନନ୍ଦିନୀ ରାଉତ, ବନିତା ରଣା, ଲତା ବରିହା, ବାସନ୍ତି ନାୟକ, ମନ୍ଦୋଦରି ବୁଡେକ, ଜୟନ୍ତି ନେଗୀ, କୁନ୍ତି ଭୋଇ, ଆର୍ଯ୍ୟନ ଖର୍ସେଲ ଯବଦୁ ରଣା, କମଲ ଲୋଚନ ଭୋଇ, ହିମାଂଶୁ କଲତା, ଲଳିତ ରଣା, ଡଗର କର୍ମି ପ୍ରମୁଖ ସାମିଲ ଥିଲେ ।

jittmm
Leave A Reply

Your email address will not be published.