ଭୁବନେଶ୍ୱର, (ପିଆଇବି) : ଭାରତୀୟ ରେଳବାଇ ଓଡିଶାରେ ଏହାର ପ୍ରମୁଖ ଭିତ୍ତିଭୂମି ସମ୍ପ୍ରସାରଣ ଜାରି ରଖି ଏବେ ବରଗଡ ରୋଡରୁ ନୂଆପଡା ରୋଡକୁ ସଂଯୋଗ କରୁଥିବା ୧୩୮.୩୨ କିମି ଦୈର୍ଘ୍ୟ ନୂତନ ରେଳ ଲାଇନ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରଖର ଉଦ୍ୟମ ଜାରିରଖିଛି । ଏହି ରଣନୀତିକ ପ୍ରକଳ୍ପ ରେଳ ସଂଯୋଗୀକରଣରେ ଉନ୍ନତି ଆଣିବା, ଆଞ୍ଚଳିକ ବିକାଶକୁ ବୃଦ୍ଧି କରିବା, ରୋଜଗାର ସୃଷ୍ଟି କରିବା ଏବଂ ଏହି ଅଞ୍ଚଳରେ ଉଭୟ ଯାତ୍ରୀ ଏବଂ ପଣ୍ୟ ପରିବହନ ପାଇଁ ମହତ୍ୱପୂର୍ଣ୍ଣ ସୁବିଧା ପ୍ରଦାନ କରିବାକୁ ସ୍ଥିର ହୋଇଛି ।
ପ୍ରକଳ୍ପ ଅନୁମୋଦିତ ଏବଂ ଆର୍ଥିକ ସମୀକ୍ଷା :
ରେଳବାଇ ବୋର୍ଡ ଏହି ପ୍ରକଳ୍ପକୁ ୧୦ ସେପ୍ଟେମ୍ବର ୨୦୨୪ରେ ମୋଟ ₹୨୬୨୧.୯୨ କୋଟି ମଞ୍ଜୁର କରିଥିଲା । ଏହି ପ୍ରକଳ୍ପର ଆର୍ଥିକ ବ୍ରେକଅପ୍ ହେଉଛି ପ ସିଭିଲ୍ ଇଞ୍ଜିନିୟରିଂ: ₹୨୧୦୭.୩୦ କୋଟି, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ: ₹୩୦୫.୫୫ କୋଟି ଏବଂ ସିଗନାଲ ଏବଂ ଟେଲିକମ୍ ଇଞ୍ଜିନିୟରିଂ: ₹୨୦୯.୦୭ କୋଟି ।
ବିନାମୂଲ୍ୟରେ ଜମି ଯୋଗାଇଦେବା ସହ ₹୩୦୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରିବା ପାଇଁ ଓଡିଶା ରାଜ୍ୟ ସରକାର ଏହାର ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିଛନ୍ତି ।
ଜମି ଅଧିଗ୍ରହଣ ବିବରଣୀ ।
ଏହି ପ୍ରକଳ୍ପରେ ୯୨୪.୬୪ ହେକ୍ଟର ଜମି ଅଧିଗ୍ରହଣ ଆବଶ୍ୟକ, ଯାହାର ପରିମାଣ ପ୍ରାୟ ₹୩୬୪ କୋଟି । ଅଧିଗ୍ରହଣ ହେବାକୁ ଥିବା ଜମିରେ ୭୫୨.୫୨୪ ହେକ୍ଟର ବେସରକାରୀ ଜମି, ୧୨୩.୨୩୩ ହେକ୍ଟର ସରକାରୀ ଜମି ଏବଂ ୪୮.୯୧୩ ହେକ୍ଟର ଜଙ୍ଗଲ ଜମି ଅନ୍ତର୍ଭୁକ୍ତ । ଉଭୟ ବରଗଡ ଏବଂ ନୂଆପଡା ଜିଲ୍ଲାର ଜମି ଅଧିଗ୍ରହଣ ପାଇଁ ଦକ୍ଷ ଅଧିକାରୀମାନେ ଯଥାକ୍ରମେ ଅକ୍ଟୋବର ୧୫, ୨୦୨୪ ଏବଂ ନଭେମ୍ବର ୨୯, ୨୦୨୪ରେ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ନିଯୁକ୍ତ ହେବା ସହିତ ଅଧିଗ୍ରହଣ ପ୍ରକ୍ରିୟା ସୁରୁଖୁରୁରେ ଅଗ୍ରଗତି କରୁଛନ୍ତି ।
ପ୍ରକଳ୍ପର ପ୍ରମୁଖ ବୈଶିଷ୍ଟ୍ୟ ଗୁଡିକ ।
- ନୂତନ ରେଳ ଲାଇନ ବରଗଡ ରୋଡରୁ ନୂଆପଡା ରୋଡ ପର୍ଯ୍ୟନ୍ତ ବିଦ୍ୟୁତକରଣ ସହ ବ୍ରଡ ଗେଜ (ବିଜି) ମେନ ଲାଇନ ହେବ ଯାହାକି ପଦ୍ମପୁର ଦେଇ ଏକ ବିକଳ୍ପ କ୍ଷୁଦ୍ର ମାର୍ଗ ଯୋଗାଇବ ଏବଂ ଝାରସୁଗୁଡା-ବିଳାସପୁର-ରାୟପୁର ବ୍ୟସ୍ତବହୁଳ ମାର୍ଗର ବିକଳ୍ପ ଭାବେ ଦଣ୍ଡାୟମାନ ହେବ ।
- ଏହି ନୂତନ ରେଳ ମାର୍ଗ ସମ୍ବଲପୁର-ଝାରସୁଗୁଡା-ରାୟପୁର ମାର୍ଗ ତୁଳନାରେ ୫୩ କିଲୋମିଟର ଏବଂ ସମ୍ବଲପୁର-ଟିଟିଲାଗଡ-ରାୟପୁର ମାର୍ଗ ତୁଳନାରେ ୮୭ କିଲୋମିଟର ଦୂର ହ୍ରାସ କରିବ, ଯାହା ପଣ୍ୟ ଏବଂ ଯାତ୍ରୀଙ୍କ ଶୀଘ୍ର ଓ ସୁଗମ ଗମନାଗମନକୁ ସହାୟତା କରିବ ।
- ଏହି ପ୍ରକଳ୍ପରେ ୧୩ ଟି ଷ୍ଟେସନ୍ ରହିବ, ଯେଉଁଥିରେ ୨ ଟି ବିଦ୍ୟମାନ ଷ୍ଟେସନ୍ ଏବଂ ୧୧ ଟି ନୂତନ ଷ୍ଟେସନ୍ ଅଛି, ଯାହା ସମଗ୍ର ଅଞ୍ଚଳରେ ଉପଲବ୍ଧତାକୁ ସୁଦୃଢ଼ କରିବ ।
ପ୍ରସ୍ତାବିତ ଆଲାଇନମେଣ୍ଟ୍ ଏବଂ ଷ୍ଟେସନ ଅବସ୍ଥାନଗୁଡ଼ିକ ହେଉଛି :
୧) ବରଗଡ ରୋଡ୍ (ବିଦ୍ୟମାନ) – ବରଗଡ ।
୨) ସରସରା (ନୂତନ) – ବରଗଡ ଠାରୁ ୬.୪୯୫ କିଲୋମିଟର ।
୩) ଡୁମରପାଲି (ନୂତନ) – ବରଗଡ ଠାରୁ ୧୭.୪୪ କିଲୋମିଟର ।
୪) ବିଜେପୁର (ନୂତନ) – ବରଗଡ ଠାରୁ ୨୬.୯୭ କିଲୋମିଟର ।
୫) ବଡ଼ିପାଲି (ନୂତନ) – ବରଗଡ ଠାରୁ ୪୦.୧୮୫ କିଲୋମିଟର ।
୬) ଧଉରାମୁଣ୍ଡା (ନୂତନ) – ବରଗଡ ଠାରୁ ୫୮.୯୨୫ କିଲୋମିଟର ।
୭) ପଦମପୁର (ନୂତନ) – ବରଗଡ ଠାରୁ ୭୨.୪୪୫ କିଲୋମିଟର ।
୮) ଭଗବତପୁର (ନୂତନ) – ବରଗଡ ଠାରୁ ୮୭.୩୬୫ କିଲୋମିଟର ।
୯) ମାଝିପଲି (ନୂତନ) – ବରଗଡ ଠାରୁ ୯୪.୯୮ କିଲୋମିଟର ।
୧୦) ପାଇକମାଳ ରୋଡ୍ (ନୂତନ) – ବରଗଡ ଠାରୁ ୧୦୬.୧୧ କିଲୋମିଟର ।
୧୧) ବରତୁଣ୍ଡା (ନୂତନ) – ବରଗଡ ଠାରୁ ୧୧୭.୬୧ କିଲୋମିଟର ।
୧୨) ଅଁଳାଜୁବା (ନୂତନ) – ବରଗଡ ଠାରୁ ୧୧୨.୨ କିଲୋମିଟର (ନୂଆପଡା ଜିଲ୍ଲା) ।
୧୩) ନୂଆପଡା ରୋଡ୍ (ବିଦ୍ୟମାନ) – ବରଗଡ ଠାରୁ ୧୩୮.୩୨ କିଲୋମିଟର (ନୂଆପଡା ଜିଲ୍ଲା) ।
ଓଡିଶା ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସକ୍ରିୟ ସହଯୋଗରେ ବରଗଡ ରୋଡରୁ ନୂଆପଡା ରୋଡ ରେଳ ଲାଇନକୁ ଠିକ ସମୟରେ ସମାପ୍ତ କରିବା ଏହି ଅଞ୍ଚଳରେ ସଂଯୋଗକୁ ଯଥେଷ୍ଟ ବୃଦ୍ଧି କରିବାକୁ ପ୍ରସ୍ତୁତ ହୋଇଛି । ଏହି ପ୍ରକଳ୍ପ କେବଳ ଯାତ୍ରୀ ପରିବହନରେ ଉନ୍ନତି ଆଣିବ ନାହିଁ ବରଂ ସାମଗ୍ରୀର ଉନ୍ନତ ପରିବହନ ମାଧ୍ୟମରେ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ କରିବ । ରେଳବାଇ ଜମି ଅଧିଗ୍ରହଣ ଏବଂ ନିର୍ମାଣ କାର୍ଯ୍ୟକଳାପର ଦ୍ରୁତ ଅଗ୍ରଗତି ସୁନିଶ୍ଚିତ କରିବାକୁ ପ୍ରତିଶୃତିବଦ୍ଧ ଏବଂ ଏହି ଭିତ୍ତିଭୂମି ମାଇଲଖୁଣ୍ଟକୁ ଓଡିଶାବାସୀଙ୍କ ସୁବିଧା ପାଇଁ ଉତ୍ସର୍ଗୀକୃତ କରାଯାଇଛି ।