ଆଜିଠୁ ପରେଡ୍ ରିହରସାଲ୍ : ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି

ଭୁବନେଶ୍ୱର : ଆଉ ତିନି ଦିନ ପରେ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଭୁବନେଶ୍ୱର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଆଜିଠୁ ମହାତ୍ମାଗାନ୍ଧୀ ମାର୍ଗରେ ପରେଡ ରିହରସାଲ୍ । ପରେଡ୍‌ ଅଭ୍ୟାସରେ ପୋଲିସ ବ୍ୟାଣ୍ଡ ସହ ୧୮ଟି ଗ୍ରୁପ୍‌ ଭାଗ ନେବେ । କେବଳ ବନ୍ଧୁକଧାରୀ ପୋଲିସ ପରେଡରେ ଅଂଶଗ୍ରହଣ କରିବେ । କରୋନା ଯୋଗୁ ଏବର୍ଷ କଟକଣା ଭିତରେ ପାଳନ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ସ୍କୁଲ ଛାତ୍ରଛାତ୍ରୀ କିମ୍ବା ଏନସିସି କ୍ୟାଡେଟ୍ ଅଂଶଗ୍ରହଣ କରିପାରିବେ ନାହିଁ । କୌଣସି ସାଂସ୍କୃତିକ କାଯ୍ୟର୍କ୍ରମ ହେବ ନାହିଁ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ମୁତୟନ ରହିବେ ୩୦ ପ୍ଲାଟୁନ୍‌ ଫୋର୍ସ । ପରେଡ୍‌ ସ୍ଥଳ ଓ ଆଖପାଖ ଅଞ୍ଚଳ ନିୟନ୍ତ୍ରଣରେ ରହିବ । ସାଦା ପୋଷାଦଧାରୀ ପୋଲିସ ବି ମୁତୟନ ରହିବେ । ସୁରକ୍ଷା ଦାୟିତ୍ୱରେ ବରିଷ୍ଠ ପୋଲିସ ଅଧିକାରୀ ରହିବେ । ଆଜି ସୁରକ୍ଷା ବ୍ୟବସ୍ଥାରୁ ଅନୁଧ୍ୟାନ କରିବେ ପୋଲିସ କମିଶନର ଡକ୍ଚର ସୁଧାଂଶୁ ଷଡଙ୍ଗୀ ।

Leave A Reply

Your email address will not be published.