ପଞ୍ଚାୟତ ମହାବିଦ୍ୟାଳୟ ତାଲପଦରଠାରେ ଯୁବ ରେଡକ୍ରସ୍ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ବ୍ଳକ ଅନ୍ତର୍ଗତ ତାଲପଦର ପଞ୍ଚାୟତ ମହା ବିଦ୍ୟାଳୟଠାରେ ଯୁବ ରେଡକ୍ରସ୍ ଉତ୍ସବ ଉଦଘାଟିତ ହୋଇଯାଇଛି । ବିଜେପୁର ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୁବ ରେଡକ୍ରସ ପତାକା ଉତ୍ତୋଳନ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ପଞ୍ଚାନନ ମିଶ୍ର ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଧନପତି ଦେବତା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅକ୍ଷୟ ପ୍ରଧାନ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ । କମଗାଁ ମହାବିଦ୍ୟାଳୟର ଶିକ୍ଷା ଅଧ୍ୟାପକ ଅରବିନ୍ଦ ଦାସ ରେଡକ୍ରସ୍‌ର ଇତିହାସ ଓ ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ । ଡ଼ ସନତ କୁମାର ଠାକୁର ପ୍ରାଥମିକ ଚିକିତ୍ସା ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ପରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବକୃତା ପ୍ରତିଯୋଗୀତା ହୋଇଥିଲା । ଏହି ଉତ୍ସବରେ ସୋହେଲା, ଘେଁସ, ବିଜେପୁର, ଚକରକେନ୍ଦ, ପୁଟକିଗ୍ରୀଞ୍ଜେଲ ଓ ତାଲପଦର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଯୋଗଦାନ କରିଥିଲେ । ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ଉପେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.