jayashree

ରେଡକ୍ରସ ସ୍ୱେଚ୍ଛାସେବୀ ଶିଖିଲେ କଳାର ମହନୀୟତା

ସୋନପୁର, (କେପିଏନ୍‌ଏସ୍‌) : ରେଡକ୍ରସ କହେ ୩ଟି କଥା : ସ୍ୱାସ୍ଥ୍ୟ, ସେବା, ବିଶ୍ୱବନ୍ଧୁତାକୁ ଲକ୍ଷ୍ୟ କରି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ତ୍ରି – ଦିବସୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା କଳାଧାମର କଳାକାରଙ୍କ ଏକ ଅନନ୍ୟ ସଂଗୀତ – ଚିତ୍ର କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଯାଇଛି । ଉତ୍ତମ ସ୍ୱାସ୍ଥ୍ୟ ଓ ବନ୍ଧୁତ୍ୱ ଡୋରରେ ଜୀବନଶୈଳୀକୁ ସଜେଇ ରଖିବା ଉଦ୍ଦେଶ୍ୟରେ କଳାଧାମର କଳାକାରମାନେ, କ୍ୟାମ୍ପରେ ଜୁନିୟର ସ୍ୱେଚ୍ଛାସେବୀମାନଙ୍କୁ ଚିତ୍ରକଳା ଶିଖିବା ପାଇଁ ଲାଇଭ ପେଟିଂଙ୍ଗ ପ୍ରଦର୍ଶନ କରି ରେଡକ୍ରସ କାର୍ଯ୍ୟକ୍ରମକୁ କ୍ରୀୟାଶୀଳ କରିବାକୁ ଆଗେଇ ଆସିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ଏଡିଇଓ ମଞ୍ଜୁଲତା ଭୋଇ ଓ ଭାଇସ ଚେୟାରମ୍ୟାନ ଗତିକୃଷ୍ଣ ମିଶ୍ରଙ୍କ ମାର୍ଗଦର୍ଶନରେ ହୋଇଥିବା କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ସଂଯୋଜନା କରିଥିଲେ । ପ୍ରଥମ ଦିନରେ ବଲାଙ୍ଗିର କଳାଧାମର ପ୍ରତିଷ୍ଠାତା ଅଧ୍ୟକ୍ଷ ଦିଲ୍ଲୀପ ସିଂହଦେଓ ଓ ସାଥିଙ୍କ ଦ୍ୱାରା ସଂଗୀତ – ଚିତ୍ରକଳା ଏକାଧାରରେ ଏକା ସମୟରେ ପ୍ରଦର୍ଶିତ ହୋଇଥିଲା । ପ୍ରକାଶ ଥାଉ ଯେ, ଜୁନିୟର ରେଡକ୍ରସ ତାଲିମ ଶିବିରରେ ୬୨୨ ଜଣ ସ୍ୱେଚ୍ଛାସେବୀ ଓ ୩୮୦ଆଲୁମିନି ସଭ୍ୟ ତଥା ଅତିଥିଗଣ, ଗ୍ରାବାସୀମାନେ ଉପସ୍ଥିତ ରହି ଏହି ନିଆରା କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ସଂନ୍ଧ୍ୟା ଅଧିବେଶନରେ ମୁଖ୍ୟ ଆକର୍ଷଣୀୟ ଥିଲେ ଇଣ୍ଡିଏନ୍ ଆଇଡିଏଲରେ ଅଂଶ ଗ୍ରହଣ କରିଥିବା କଣ୍ଠଶିଳ୍ପୀ ଅଜୟ ଅମର ସିଂଦେଓ । କାର୍ଯ୍ୟକ୍ରମ ଶେଷରେ ମୁଖ୍ୟଅତିଥି ସୁବର୍ଣ୍ଣପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଅଂଜଲୀନା ପ୍ରଧାନ କଳାଧାମ ମହାବିଦ୍ୟାଳୟର କଲକାରବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଦୀନବନ୍ଧୁ ପ୍ରଧାନ, ନନ୍ଦିଘୋଷ ବାରିକ, ମୀନକେତନ ଦାଶ, ବିଭୀଷଣ ଖମାରୀ, ପ୍ରଭାକର ଛନ୍ଦ, ବନମାଳୀ ମେହେର, କିଶୋର ଚନ୍ଦ୍ର୍ ପୁଟେଲ, ସୁରାଜ ଖମାରୀ, ସମୀର କଠାର, ସ୍ନିଗଧା, ଲିପସା, ଜନନୀକା, ଅର୍ଚ୍ଚିତା, ଶୁଭଶ୍ରୀ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସାଧନକର୍ମି ହୃଷିକେଶ ଚାନ୍ଦ, ବନବାସ ମେହେର ଓ କୃଷ୍ଣ ବାରିକ ପରିଚାଳନା କରିଥିବା ବେଳେ ସଂଜୀବ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.