oom

ଜୁନିୟର ରେଡକ୍ରସ ତରଫରୁ ପ୍ରାଥମିକ ଉପଚାର ତାଲିମ ଶିବିର ଉଦଘାଟିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ତରଫରୁ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜୁନିଅର ରେଡକ୍ରସ କାଉନସିଲର ମାନଙ୍କର ଜୋନ ସ୍ତରୀୟ ଚତୁର୍ଦିବସୀୟ ପ୍ରାଥମିକ ଉପଚାର ଶିବିର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଓଡିଶା ବିଧାନ ସଭାର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ରେଡକ୍ରସ ପତାକା ଉତ୍ତୋଳନ କରି ଶିବିରକୁ ଉଦ୍‌ଘାଟିତ କରିଥିଲେ । ଅନ୍ୟାନ୍ୟ ସମ୍ମାନୀତ ଅତିଥି ଭାବରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ବଲାଙ୍ଗିର ବିଇଓ ରାଘବ ପାଣିଗ୍ରାହୀ, ମୁଖ୍ୟ ଉପଦେଷ୍ଟା ସନାତନ ଠାକୁର, ତାଲିମ ଶିବିରର ଜୋନ ସଂଯୋଜକ ତଥା ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ପ୍ରାଥମିକ ଚିକିତ୍ସା ଅଧ୍ୟାପକ ସୁମନ୍ତ କୁମାର ଦ୍ୱିବେଦୀ, ଟାଉନ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ଯୋଗଦେଇ ପ୍ରାଥମିକ ଉପଚାରର ସ୍ୱରୁପ, ପରିସର, ଉଦ୍ଦେଶ୍ୟ ଓ ଉପାଦେୟତା ବିଷୟରେ ମତବ୍ୟକ୍ତ କରିଥିଲେ । କୋଭିଡ ଗାଇଡ୍‌ଲାଇନ୍‌ ପାଳନ କରି ହୋଇଥିବା କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜୁନିଅର ରେଡକ୍ରସ ଅଫିସର ସୁବାଷ ଚନ୍ଦ୍ର ପଟେଲ ସ୍ୱାଗତ ଅଭିଭାଷଣ ଦେଇଥିଲେ । ପ୍ରକାଶ ଥାଉକି ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ତତ୍ୱାବଧାନରେ ଅନୁ୍‌ଷ୍ଠିତ ହୋଇଥିବା ଚାରିଦିନ ବ୍ୟାପୀ ତାଲିମ ଶିବିରରେ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ବରଗଡ, ସମ୍ବଲପୁର, ନୁଆପଡା, ସୁନ୍ଦରଗଡ ପ୍ରମୁଖର ୮ଗୋଟି ଜିଲ୍ଲାର ୨୫ଜଣ ଜୁନିଅର ରେଡକ୍ରସ ପରାମର୍ଶଦାତା ମାନଙ୍କୁ ପ୍ରାଥମିକ ଉପଚାରର ସିନିଅର ପ୍ରଫେସନାଲ୍‌ ସାର୍ଟିଫିକେଟ କୋର୍ସ ବିଷୟରେ ତାଲିମ ପ୍ରଦାନ କରାଯିବ । ଆଗାମୀ ଦିନରେ ଜୁନିଅର ରେଡକ୍ରସ କାଉନସିଲର ମାନଙ୍କୁ ପ୍ରାଥମିକ ଉପଚାର ତାଲିମ ମାଧ୍ୟମରେ ବ୍ୟକ୍ତିତ୍ୱ ବିକାଶ କରାଯିବାର ଯୋଜନା ରାଜ୍ୟ ରେଡକ୍ରସ ସୋସାଇଟି ତରଫରୁ କରାଯାଇଛି । ବରିଷ୍ଠ ସାଧନ କର୍ମି ବିକାଶ ରଞ୍ଜନ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ତଥା ଜୁନିଅର ରେଡକ୍ରସ ସଂପାଦକ ଜ୍ୟୋତି ପ୍ରସାଦ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ କାଉନସିଲର ରାମ ନାରାୟଣ ଦାଶ, ହେମନ୍ତ ପଧାନ, ରଞ୍ଜିତ ବେହେରା ତଥା ଆୟୋଜକ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.