ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ତ୍ରିଦିବସୀୟ ଯୁବ ରେଡକ୍ରସ ଶିବିର ଆଜି ଉଦ୍ଯାପିତ ହୋଇ ଯାଇଛି । ପ୍ରଥମ ଅଧିବେଶନରେ ଅଧ୍ୟକ୍ଷ ଲୋହିତ କୁମାର ବାରିକ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପିକା ରଂଜିତା ମହାନ୍ତି ସ୍ଵାଗତ ଭାଷଣ ଦେଇଥିଲେ ଓ ଅଧ୍ୟାପକ ପ୍ରଦୀପ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପାଇକମାଲ ଆଇଆଇସି ବିଶ୍ଵଜିତ ମନବୋଧ ଅତିଥି ଭାବରେ ଯୋଗଦେଇ ସଡ଼କ ସୁରକ୍ଷା ବିଷୟରେ ପିଲାଙ୍କୁ ସଚେତନ କରାଇଥିଲେ । ଛାତ୍ରୀ ଲିଜା ପ୍ରଧାନ ବିଗତ ଦିନର ବିବରଣୀ ପାଠ କରିଥିଲେ । ଦ୍ଵିତୀୟ ଅଧିବେଶନର ଅଧ୍ୟାପକ ପ୍ରଭାତ କୁମାର ବିଶ୍ଵାଳ ସ୍ଵାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ରେଡକ୍ରସ ସଂଯୋଜକ ପରମାନନ୍ଦ ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପିଲାମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଯୋଗ ଦେଇଥିବା କଲେଜ ସମୂହର ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ବେହେରା, ଶ୍ୟାମଲାଲ ପ୍ରଧାନ, ପ୍ରମୋଦ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ମାଣ୍ଡୋସିଲ, ଝାରବନ୍ଧ, ଡଭା, ବିନ୍ଧ୍ୟବାସିନୀ କଲେଜର କାଉନସିଲର ଓ ଛାତ୍ରଛାତ୍ରୀ ଶିବିରରେ ଯୋଗଦାନ କରିଥିଲେ ଓ ସଭା ଶେଷରେ ଅଧ୍ୟାପିକା ପୁଷ୍ପମଞ୍ଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ପରମାନନ୍ଦ ରଥ ରେଡକ୍ରସ ପତାକା ଅବତରଣ କଲାପରେ ଅଧ୍ୟକ୍ଷ ଶିବିରର ପରି ସମାପ୍ତି ଘୋଷଣା କରିଥିଲେ । ମହା ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଶିବିର ସଫଳ ଆୟୋଜନ ନିମିତ୍ତ ସୁଚାରୁ ରୂପେ ନିଜ ନିଜ ଦାୟିତ୍ଵ ନିର୍ବାହ କରିଥିଲେ ।