ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ତରୀୟ ଜୁନିୟର ରେଡକ୍ରସ ଭୁବନେଶ୍ଵରପୁର ଗ୍ରା.ପ. ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଭିଷ୍ମଦେବ ପଧାନଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଦ୍ଵାଦଶ ପଧାନ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଲ ଓ ସମ୍ମାନୀତ ଅତିଥିଭାବେ ସାମ୍ବାଦିକ ସରଥ ସାହୁ, ଟଙ୍କଧର ହାତୀ ବିଦ୍ୟାଳୟ ପରିଚାଳନା ସଭାପତି ଓ ପଙ୍କଜ ସାହୁ ସମିତି ସଭ୍ୟ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଜେଆରସିଓ ଦୋଳଗୋବିନ୍ଦ ସାହୁ ଓ ବ୍ଲକ କ୍ରିଡ଼ା ସମ୍ପାଦକ ସୁଦର୍ଶନ ମହାକୁରଙ୍କ ତତ୍ୱାବଧାନରେ ଚିତ୍ରାଙ୍କନ, କୁଇଜ, ବକୃତା, ରଚନା, ନାଚ, ଗୀତ, ପ୍ରାଥମିକ ଚିକିତ୍ସା ପ୍ରଦର୍ଶନ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ନରସିଂହ ପଧାନ ଓ ଅମିତ ସାହୁ ମଞ୍ଚ ପରିଚାଳନା କରିଥିଲେ ଓ ଲୋକନାଥ ସାହୁ ଧନ୍ୟବାଦ ଦେଇଥିଲେ । ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।