oom

ଜମଲା ଡିଗ୍ରୀ କଲେଜରେ ସଂକୁଳ ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିରର ଦ୍ୱିତୀୟ ଦିବସ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜମଲା ଡିଗ୍ରୀ କଲେଜଠାରେ ଅକ୍ଟୋବର ୨୨ରୁ ୨୪ ତାରିଖ ଯାଏଁ ସଂକୁଳ ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ଦିବସର ପ୍ରଥମ ଅଧିବେଶନରେ ଅଧ୍ୟକ୍ଷ ଡକ୍ଟର ମାନଭଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ଜମଲା ଡିଗ୍ରୀ କଲେଜର ଛାତ୍ରୀ କିରଣବାଳା ଭୋଇ ଉଦ୍‌ଘାଟନୀ ଦିବସର କାର୍ଯ୍ୟକ୍ରମଗୁଡ଼ିକର ସଂକ୍ଷିପ୍ତ ବିବରଣୀ ପାଠ କରିଥିଲେ । ପରେ ଜମଲା ଚିକିତ୍ସାଳୟର ଡାକ୍ତର ସଜ୍ଜିତାରାଣୀ ପଣ୍ଡା ଏଚ୍. ଆଇ. ଭି. ଓ ଏଡସ୍ ଉପରେ ସ୍ଵେଚ୍ଛାସେବୀ-ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ । ତୃତୀୟ ଅଧିବେଶନରେ ସେହି ଚିକିତ୍ସାଳୟର ଡାକ୍ତର ଉମାଶ୍ରୀ ପ୍ରଧାନ ପ୍ରାଥମିକ ଚିକିତ୍ସା ସଂପର୍କରେ ବ୍ୟାବହାରିକ ପ୍ରଦର୍ଶନ ସହ ପ୍ରଶିକ୍ଷଣ ଦେଇଥିଲେ । ଶେଷ ଅଧିବେଶନରେ ପ୍ରାଧ୍ୟାପକ ଡକ୍ଟର ଜୟକେତନ ତ୍ରିପାଠୀ ଓ ଅଧ୍ୟାପକ ରମେଶ ସାହୁ ସଡ଼କ ସୁରକ୍ଷା ସଂପର୍କରେ ଆଲୋକପାତ କରିଥିଲେ । ପରେ ପରେ ତର୍କ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାଉନସେଲର ଅଧ୍ୟାପକ ସଦାନନ ସେଠଙ୍କ ସମେତ ଅଧ୍ୟାପକ ଡକ୍ଟର ସ୍ଵାଧୀନ ଚନ୍ଦ୍ର ପଧାନ, ଅଧ୍ୟାପିକା ଡକ୍ଟର ମିନତି ଦେବତା, ଅଧ୍ୟାପକ ଆଶିଷ କୁମାର ଭୋଇ, ଅଧ୍ୟାପକ ରବୀନ୍ଦ୍ର ନାଗ, ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନକ, ଲାଇବ୍ରେରିଏନ୍ ସୁମନ୍ତ ବାଜପେୟୀ ତଥା ଅଂଶ ଗ୍ରହଣ କରିଥିବା କଲେଜ ସମୂହର କାଉନସେଲର ସର୍ବଶ୍ରୀ ହେମନ୍ତ ପଣ୍ଡା, ଅ.ରମଣୀ ରଂଜନ ପଧାନ, ପିଙ୍କି ରଥ, ଲଳିତ କୁମାର ଭୋଇ ପ୍ରମୁଖ ବିଭିନ୍ନ ଅଧବେଶନକୁ ସଫଳ କରିବା ନିମିତ୍ତ ସକ୍ରିୟ ସହଯୋଗ କରି ବିଭିନ୍ନ ଦାୟିତ୍ୱ ସଂପନ୍ନ କରିଥିଲେ । ପ୍ରଥମ ଦିବସରେ ଅନୁଷ୍ଠିତ ଗୀତ ପ୍ରତିଯୋଗିତାରେ ଯଥାକ୍ରମେ ଗାଇସିଲାଟ କଲେଜର ସୁପ୍ରିୟା ଦୀପ ପ୍ରଥମ, ସେହି କଲେଜର ବିନିତା ସାହୁ ଓ ବବି କନ୍ଧ ଦ୍ଵିତୀୟ, ଜମଲା ଜୁନିୟର କଲେଜର ସୀମା ମହାନନ୍ଦ ତୃତୀୟ ତଥା ପ୍ରବନ୍ଧ ଲିଖନରେ ଯଥାକ୍ରମେ ଗାଇସିଲାଟ କଲେଜର ସସ୍ମିତା ସାହୁ ଓ ଜମଲା ଡିଗ୍ରୀ କଲେଜର ରିଙ୍କି ବେହେରା ପ୍ରଥମ, ଜମଲା ଡିଗ୍ରୀ କଲେଜର ରୀତା ସେଠ ଦ୍ୱିତୀୟ, ଗନିଆଁପାଲି ଜୁନିୟର କଲେଜର୍ ଆଶା ପ୍ରଧାନ ଓ ଗାଇସିଲାଟ କଲେଜର ବବି କନ୍ଧ ତୃତୀୟ ସ୍ଥାନ ଅଧିକାର କରିଥିବା ସୂଚନା ମିଳିଛି । ସେମାନେ ଉଦ୍‌ଯାପନୀ ସମାରୋହରେ ପୁରସ୍କୃତ ହେବେ ବୋଲି ସୂଚନା ରହିଛି ।

jittmm
Leave A Reply

Your email address will not be published.