ବ୍ରହ୍ମପୁରସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀ ଶୂନ୍ୟାଶକ୍ତାଙ୍କୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକେର୍ଡରେ ସମ୍ମାନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୧୫.୧୦ ମିଲି.ସେକେଣ୍ଡ୍‌ରେ ଓଡ଼ିଶୀ ନୃତ୍ୟର ୫୧ଟି ହସ୍ତମୁଦ୍ରାକୁ ନୃତ୍ୟ ଶୈଳିମାଧ୍ୟମରେ ନୃତ୍ୟ ପ୍ରଦର୍ଶନ କରି ଜାତୀୟସ୍ତରର ରେକର୍ଡ ଆଣିଛନ୍ତି । ଭାରତର ସମସ୍ତ ଆଠ ଟି ଶାସ୍ତ୍ରୀୟ ନୃତ୍ୟ ଏବଂ ଓଡିଶୀନୃତ୍ୟ କୁ ବିଭିନ୍ନ ଅଙ୍ଗଭଙ୍ଗୀ କୁ ବହୁତ ସରଳତା ଭାବରେ ବୁଝେଇବା ସହ ମାତ୍ର ୧୫.୧୦ ମିଲି.ସେକେଣ୍ଡ୍‌ରେ ଓଡ଼ିଶୀ ନୃତ୍ୟର ୫୧ଟି ଜଟିଳ ହସ୍ତମୁଦ୍ରାକୁ ସହଜ,ସରଳ ଭାବେ ପ୍ରଦର୍ଶନ କରିପାରୁଛନ୍ତି । ସେ ହେଉଛନ୍ତି, ବ୍ରହ୍ମପୁରସ୍ଥ ଦିଲ୍ଲୀ ପବ୍ଲିକ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀ ଶୂନ୍ୟାସକ୍ତା ଅଟନ୍ତି । ପିତା- ଅର୍ଜୁନସାହୁ, ମାତା- ପୁଷ୍ପିତାସାହୁ, ଦୋଳଗୋବିନ୍ଦପୁର, ପୁରୀ ନିବାସୀଙ୍କ ଏହି ଅଲିଅଳ କନ୍ୟା ଆଜି ଇଣ୍ଡିଆ ବୁକ୍‌ ଅଫ୍‌ ରେକେର୍ଡ’ରେ ସ୍ଥାନ ପାଇଛନ୍ତି । ଯାହା ଆମ ଭାରତବର୍ଷ ପାଇଁ ଗୌରବ ଅର୍ଜନ କରିଛନ୍ତି । ଶୂନ୍ୟାସକ୍ତା ଏବେ ବ୍ରହ୍ମପୁର ଦିଲ୍ଲୀ ପବ୍ଲିକ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି । ଜଣେ କୃତି ଓ ମେଧାବୀ ଛାତ୍ରୀଭାବେ ନିଜର ଦକ୍ଷତା ଓ ପାରଦର୍ଶିତା ଅର୍ଜନ କରିଥିବା ସାଂଗକୁ ଶିକ୍ଷା ସମେତ ଓଡ଼ିଶୀ ନୃତ୍ୟ, ମ୍ୟୁଜିକାଲ ଇନଷ୍ଟୃମେଣ୍ଟ କେସିଓ, ଚିତ୍ରକଳା- ପେଣ୍ଟିଂ, ବକ୍ତୃତା ଏବଂ ସତରଞ୍ଜ ଓ କୁଇଜ୍ ଆଦିରେ ତାଙ୍କର ଅସାଧାରଣ ଦକ୍ଷତା ଓ ପ୍ରତିଭା ଦେଖିବାକୁ ମିଳିଛି । ଓଡ଼ିଶୀ ନୃତ୍ୟର ବ୍ୟାକରଣକୁ ବୁଝିବା ସହିତ ସମସ୍ତ ହସ୍ତମୁଦ୍ରାକୁ ନିଖୁଣ ଭାବେ ପ୍ରଦର୍ଶନ କରିପାରୁଛନ୍ତି । ଏଭଳି ବିରଳ ପ୍ରତିଭା ପାଇଁ ସେ ନିଜ ପରିବାର ସହ ଅଧ୍ୟୟନରତ ବିଦ୍ୟାଳୟ ବ୍ରହ୍ମପୁରସ୍ଥ ଦିଲ୍ଲୀ ପବ୍ଲିକ ସ୍କୁଲ ଏବଂ ପୁରୀ ସହର ପାଇଁ ଏକ ଗୌରବ ଆଣିପାରିଛନ୍ତି । ଏହି ରେକର୍ଡ ପାଇଁ ସେ ଖୁବ ଖୁସିବ୍ୟକ୍ତ କରିଛନ୍ତି । ଆଗକୁ ଭରତ ମୁନି ଙ୍କ ନାଟ୍ୟ ଶାସ୍ତ୍ର ଆହୁରି ଗବେଷଣା କରିବି ଓ ଲୋକ ଲୋଚନ କୁ ସରଳ ରୂପେ ଆଣିବା ଲକ୍ଷ୍ୟ ରଖିଛନ୍ତି ବୋଲି ଶୂନ୍ୟାସକ୍ତା ଗଣମାଧ୍ୟମ ଆଗରେ କହିଛନ୍ତି ଏବଂ ଏକାଧିକ ରେକର୍ଡ ସ୍ଥାପନା କରିବା ଇଚ୍ଛା ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.