ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ : କଂଟାବାଂଜି ଏଡିଜେ କୋର୍ଟରେ ପ୍ରଥମ କରି ୨ ଜଣ ସାକ୍ଷ୍ୟଙ୍କ ବୟାନ ରେକର୍ଡ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏଡିଜେ କୋର୍ଟରେ ଗୁରୁବାର ଦିନ ୨ ଜଣ ସାକ୍ଷ୍ୟଙ୍କ ବୟାନ ରେକର୍ଡ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ କଳାହାଣ୍ଡି ମହାଲିଙ୍ଗ ଘରୋଇ ସ୍କୁଲରେ କାର୍ଯ୍ୟରତ ଥିବା ମମିତା ମେହେରଙ୍କୁ ସେହି ସ୍କୁଲର ପରିଚାଳନା ଅଧ୍ୟକ୍ଷ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ହତ୍ୟା ପରେ ସ୍କୁଲ ପରିସରରେ ଥିବା ଷ୍ଟାଡିୟମରେ ହିଁ ପୋତି ଦେଇଥିଲେ । ସେହି ଘଟଣା ପରଠାରୁ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡି କଂଟାବାଂଜି ସବ୍ ଜେଲରେ ବିଚାରାଧିନ କଏଦୀ ଭାବେ ରହିଛନ୍ତି । ମାନ୍ୟବର ଏଡିଜେ କଂଟାବାଂଜିଙ୍କ ପୂର୍ବ ନିର୍ଦ୍ଧାରିତ ଆଦେଶ ମୁତାବକ ଆଜି ୨ ଜଣଙ୍କ ସାକ୍ଷ୍ୟ ବୟାନ ରେକର୍ଡ କରାଯାଇଥିବା ବେଳେ ଆସନ୍ତା ଶୁକ୍ରବାର ଦିନ ଅନ୍ୟମାନଙ୍କ ବୟାନ ରେକର୍ଡ କରାଯିବ । ଗୁରୁବାର ଦିନ ଗୋବିନ୍ଦ ସାହୁଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଶୁକ୍ରବାର ଦିନ ମଧ୍ୟ ହାଜର କରାଯିବାର ସୂଚନା ମିଳିଛି ।

Leave A Reply

Your email address will not be published.