oum

ଧର୍ମପରାୟଣ ମହିଳା ରେବତୀ ବେହେରାଙ୍କ ପରଲୋକ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଳକ ଅନ୍ତର୍ଗତ ଚାଣ୍ଟିପଦର ଗ୍ରାମର ଧର୍ମପରାୟଣ ମହିଳା ରେବତୀ ବେହେରାଙ୍କ ୫୮ବର୍ଷରେ ଶନିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଖବର ପ୍ରଚାର ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ରୁଷୁଡା ଗ୍ରାମପଞ୍ଚାୟତର ସରପଞ୍ଚ ସବିତା ବେହେରାଙ୍କ ଶାଶୁ ଓ ସମାଜସେବୀ କୈଳାଶ ବେହେରାଙ୍କ ମା’ ଅଟନ୍ତି ।ତାଙ୍କର ଚାରି ପୁଅ । ସେ ଘରେ ପଡିଯିବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିଲା । ତାଙ୍କର ଶେଷକୃତ ସ୍ଥାନୀୟ ସୋନଗଡ ନଦୀକୂଳରେ ସଂପନ୍ନ ହୋଇଥିବା ବେଳେ ବଡପୁଅ ସମାଜସେବୀ କୈଳାସ ମଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.