oom

ରାଉରକେଲା ମିଡିଆ କ୍ଲବର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମିଡିଆ କ୍ଲବର ବାର୍ଷିକ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ବ୍ରହ୍ମା ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଲବର ପ୍ରମୁଖ କର୍ମକର୍ତ୍ତାଙ୍କ ମଧ୍ୟରେ ଉପସଭାପତି ନିରଂଜନ ଦାସ, ଜଟାଧାରୀ ମାଝୀ, ସତ୍ୟାନନ୍ଦ ବେହେରା, କୁଞ୍ଜ ବିହାରୀ ରାଉତ, ପ୍ରମୋଦ କୁମାର ନାତୁଲ୍ୟ, ଡଲି ରାଣି ବ୍ରହ୍ମା, ଅମର ବର୍ମା, କୁନିଆ ବାରିକ, ଡଃ ସୁବାସ ଚନ୍ଦ୍ର ଲେଙ୍କା, ସସ୍ମିତା ପ୍ରଧାନ ଓ ସାଧାରଣ ସଂପାଦକ ବିବେକାନନ୍ଦ ଦାସ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ । ଆସନ୍ତା ଜାନୁଆରୀ ମାସ ତୃତୀୟ ସପ୍ତାହରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ଏକ ସ୍ମରଣିକା ପ୍ରକାଶ ପାଇବ । ଏଥିପାଇଁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ସାହିତ୍ୟିକ ଓ ବୁଦ୍ଧିଜୀବୀମାନଙ୍କଠାରୁ ଲେଖାମାନ ଆହ୍ୱାନ କରାଯାଉଛି । ଯଥାଶୀଘ୍ର ଲେଖକମାନେ ସେମାନଙ୍କ ସ୍ୱରଚିତ ଲେଖା ପଠାଇବା ପାଇଁ କ୍ଲବ ପକ୍ଷରୁ ନିବେଦନ କରାଯାଇଛି । କ୍ଲବର ୱେବସାଇଟ୍ ଏବଂ ସୋସିଆଲ ମିଡିଆକୁୂ ଅଧିକ ସୁଦୂର ପ୍ରସାରି କରିବା ପାଇଁ ମଧ୍ୟ ନିଷ୍ପତି ହୋଇଛି । କ୍ଲବର ବାର୍ଷିକ ଉତ୍ସବକୁ ସୂଚାରୁ ପରିଚାଳନା ପାଇଁ ଆଗାମୀ ଦିନରେ ବିଭିନ୍ନ କମିଟି ମାନ ଗଠନ କରାଯିବାକୁ ସ୍ଥିର କରାଯାଇଛି ।

jittmm
Leave A Reply

Your email address will not be published.