ଏଡିଏମ୍ ଅଫିସ ଆଗରେ ଗର୍ଜିଲା ରାଉରକେଲା ଜିଲ୍ଲା କଂଗ୍ରେସ

ରାଉରକେଲା, (କେପିଏନ୍‌ଏସ୍‌) : ଜିଲ୍ଲା କଂଗ୍ରେସ ସଭାପତି ରବୀ ରାୟଙ୍କ ନେତୃତ୍ୱରେ, ନାରୀ ସୁରକ୍ଷା ଓ ନାରୀ ଶସକ୍ତୀକରଣ ଉପରେ ରାଉରକେଲା ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି । ରାଜ୍ୟରେ ମହିଳା ହିଂସା ଟପିଥିବା ବେଳେ, ମହିଳା ସୁରକ୍ଷା ବିପଦ ଜନକ ସ୍ଥିତିରେ ରହିଛି । ରାଜ୍ୟରେ ବିଜେପି ସରକାର ଆସିଲା ଦିନଠାରୁ ମହିଳାମାନଙ୍କ ବଳାତ୍କାର ବଢ଼ିବାରରେ ଲାଗିଛି । ସରକାର ଯେଉଁ ନାରା ଦେଇ ଶାସନକୁ ଆସିଥିଲେ ‘ବେଟି ପଢ଼ାଓ ବେଟି ବଚାଓ’ ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ପ୍ରହସନ ଅଟେ । ଓଡିଶାରେ ଡବଲ ଇଂଞ୍ଜିନ ସରକାରର ୮ ମାସ କାର୍ଯ୍ୟକାଳ ସରିଥିବାବେଳେ ୧୬୦୦ ନାରୀ ବଳାତ୍କାର କେଶ ରଜୁ ହୋଇଛି । ଓଡିଶା ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ, ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଅଂସଖ୍ୟ ମହିଳା ଓ ପୁରୁଷ କଂଗ୍ରେସ କର୍ମୀଙ୍କ ପକ୍ଷରୁ ପ୍ରଥମେ ଆମ୍ବେଦକର ଛକରେ ଡଃ. ବାବା ଭିମ ରାଓ ଆମ୍ବେଦକରଙ୍କ ପ୍ରତିମୂତିରେ ମାଲ୍ୟାର୍ପଣ କରି ଅଂସଖ୍ୟ କର୍ମୀଙ୍କ ସହ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଯାଇ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା କଂଗେସ ସଭାପତି ରବୀ ରାୟ, ଆଶିଷ ମହାନ୍ତି, ମିଲନ ପଟ୍ଟନାୟକ-ପର୍ଯ୍ୟବେକ୍ଷକ, ସବୀର ହୁସେନ, ରଘୁନାଥପଲ୍ଲୀ ବିଧାୟକ ପ୍ରାର୍ଥୀ-ଗୋପାଳ ଦାସ, ପୂର୍ବତନ ସଭାପତି ଦେବ ବିହାରୀ, ରଶ୍ମୀ ପାଢ଼ୀ, ଗଣେଷ ପ୍ରଧାନ, ରାମାନନ୍ଦ ଶ୍ରୀଚନ୍ଦନ, ସନ୍ତୋଷ ବିଶ୍ୱାଳ, ତୁଶାରକାନ୍ତ ଧଳ, ବନମାଳୀ ବିଶୋଇ, ଏସ.ଅଶୋକ କୁମାର, ସରୋଜ ଲେଙ୍କା, ପ୍ରଭୋଦ ଦାସ, ସୋମନାଥ ପଣ୍ଡା, ଲତା ନାୟକ, ପ୍ରଫୁଲ୍ଲ ପ୍ରଧାନ, ଧୁଶା ନାୟକ, ବିଶ୍ୱନାଥ ବାରିକ, ସେଖ ସମୀର, ପ୍ରତାପ ନାୟକ ସୁନିଲ ସିଂ, ଶିବୁ ଦୀପ, ସୁନିତା ଲାକ୍ରା, ରଂଜିତା ମଲ୍ଲିକ, ବିନୋଦ ରାଉତ, ନିବେଦିତା ମହାପାତ୍ର, ଆଇ.ଏମ୍. ପଣ୍ଡା, ମାନୁ ସାମଲ, ଶୁସିଲ କିଣ୍ଡୋ, ରାଜେଶ ଟପ୍ପୋ, ସରସ୍ୱତୀ ଭୂମିଜ, ଗଜେନ୍ଦ୍ର ତନ୍ତୀ, ଖଦାଳ ସେଠୀ, ସୁମୀତ କଂଶାରୀ, ଇଜାଜ ଅକ୍ତର, ଆଦେଶ ସୁନା, ବିଜୟ ଆପଟ, ବସନ୍ତ ସାମଲ, ଭୀମ ମହାନ୍ତି, ପ୍ରଦୁମ୍ନ ଷଡଙ୍ଗୀ, ରାମେଶ ଗୁପ୍ତା, ସବେଶ ସିଂ, ରାହୁଲ ବିଶୋଇଙ୍କ ସହିତ ବହୁ କଂଗ୍ରେସ କର୍ମୀ ବିକ୍ଷୋଭରେ ସାମିଲ ଥିଲେ ।

Leave A Reply

Your email address will not be published.