centurian jitm

ଏପ୍ରିଲ୍ ୧୨ତାରିଖରୁ ୧୪ ତାରିଖ ୩ ଦିନ ଧରି ରାଉରକେଲା ମେଫେୟାର ଭିଲେଜରେ ଆଧ୍ୟାତ୍ମିକ ଉତ୍ସବ

nschool
  • ଶ୍ରୀରାମ କଥା ଏବଂ ସୁନ୍ଦରକାଣ୍ଡ ସହିତ ଆଧ୍ୟାତ୍ମିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ରେତୟା ଯୁଗର ଭଗବାନ ଶ୍ରୀରାମଚନ୍ଦ୍ର ଓ ଭକ୍ତ ଶ୍ରୀହନୁମାନଙ୍କ ବଳିଷ୍ଠ କାହାଣୀକୁ ନେଇ ରଚିତ ଶ୍ରୀରାମ କଥା ଏବଂ ସୁନ୍ଦରକାଣ୍ଡ ଭକ୍ତମାନଙ୍କ ହୃଦୟକୁ ବେଶ୍ ସ୍ପର୍ଶ କରୁଥିବା ବେଳେ ରାଉରକେଲାର ମେଫେୟାର ହକି ଭିଲେଜ ଠାରେ ଏପ୍ରିଲ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଶ୍ରୀରାମ କଥା ଏବଂ ସୁନ୍ଦରକାଣ୍ଡ ପାଠ ସହିତ ଆଧ୍ୟାତ୍ମିକ ଉତ୍ସବ ଆୟୋଜିତ ହେବ ବୋଲି ଆଜି ମେଫେୟାର ଭିଲେଜ୍ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । କାର୍ଯ୍ୟକ୍ରମର ଆୟୋଜକ ସର୍ବଶ୍ରୀ ହରିହର ରାଉତରାୟ, ଅମିତାଭ ସାମଲ, ସୈାମ୍ୟ ପ୍ରଧାନ ଓ ସଂଗ୍ରାମ କେଶରୀ ବେହେରା ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଭାରତର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଏହି ପ୍ରୟାସରେ ଏପ୍ରିଲ ୧୨ ତାରିଖ ଦିନ ଶ୍ରୀହନୁମାନ ଜୟନ୍ତୀ ଉପଲକ୍ଷେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଉଛି । ଏପ୍ରିଲ ୧୨ ଓ ୧୩ ଦୁଇ ଦିନ ମଧ୍ୟପ୍ରଦେଶର ଆଧ୍ୟାତ୍ମିକ ପ୍ରବଚକ ବ୍ରଜ କିଶୋରୀ ସରକାର, ଅନିକେତ ମହାରାଜଙ୍କ ଦିବ୍ୟ ଦରବାରରେ ଶ୍ରୀରାମ କଥା ଚରିତାମୃତ ଅନୁଷ୍ଠିତ ହେବ । ଯେଉଁଥିରେ ଭଗବାନ ରାମଙ୍କର ଅମର ଗାଥା ଜୀବନ୍ତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏପ୍ରିଲ୍ ୧୪ ତାରିଖରେ ବୃନ୍ଦାବନରୁ ଆସିଥିବା ସ୍ୱାମୀ ପଦ୍ମନାଭାଚାର୍ଯ୍ୟ, ରାମାୟଣର ଏକ ଶକ୍ତିଶାଳୀ ଅଧ୍ୟୟ ସୁନ୍ଦରକାଣ୍ଡ ପାଠ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଆଧ୍ୟାତ୍ମିକ ଉତ୍ସବରେ ଦୁବାଇ ପୋଲିସର ମେଜର ଡକ୍ଟର ଓମାର ଅଲ୍ ମର୍ଜୁକି ବିଶିଷ୍ଟ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ, ଏକ ଲୋକପ୍ରିୟ ଧାରାବାହିକରେ ଭଗବାନ ରାମ ଏବଂ ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ବଲିଉଡ୍ ତାରକା ଗୁରୁମୀତ୍ ଚୌଧୁରୀ ଏବଂ ଦେବିନା ବେନାର୍ଜୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମେଫେୟାର ଭିଲେଜରେ ଆୟୋଜିତ ଆଧ୍ୟତ୍ମିକ ଉତ୍ସବ ପ୍ରତିଦିନ ସନ୍ଧ୍ୟା ୪ଟା ୩୦ରୁ ରାତ୍ର ୯ଟା ୩୦ ପର୍ଯ୍ୟନ୍ତ ଆୟୋଜିତ ହେବ, ଏଥିପାଇଁ ପ୍ରାୟ ୫ହଜାର ଶ୍ରଦ୍ଧାଳୁ ଯୋଗ ଦେବେ ବୋଲି ଆଶା କରାଯାଉଛି । ଏପ୍ରିଲ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଶ୍ରୀରାମ କଥା ଏବଂ ସୁନ୍ଦରକାଣ୍ଡ ସହିତ ଆଧ୍ୟତ୍ମିକ ଉତ୍ସବରେ ବହୁ ସଂଖ୍ୟାରେ ଭକ୍ତ ଯୋଗଦେବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.