shyamal

ଯୋଖିପାଲି ରଥଯାତ୍ରାର ନିଆରା ପରମ୍ପରା :୧୦ ଦିନ ପର୍ଯ୍ୟନ୍ତ ରଥାରୁଢ଼ ହୁଅନ୍ତି ତିନି ଠାକୁର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ! ପ୍ରଭୂ ଜଗନ୍ନାଥଙ୍କ ଲୀଳା ସବୁଠାରୁ ନିଆରା । ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ଦିନ ପ୍ରଭୁ ଜଗନ୍ନାଥ ତାଙ୍କ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଗୁଣ୍ଡିଚା ମନ୍ଦିରକୁ ରଥରେ ଯାଇଥାନ୍ତି । ପୁରୀ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ ଅଟେ । ସେଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ଏହାଛଡ଼ା ପୁରପଲ୍ଲୀରେ ରଥଯାତ୍ରା ଆୟୋଜନ ହୋଇଥାଏ । ପଦ୍ମପୁର, ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ରଥଯାତ୍ରା କିନ୍ତୁ ସବୁଠାରୁ ନିଆରା ଢଙ୍ଗରେ ପାଳନ କରାଯାଏ । ଗ୍ରାମରେ ଦ୍ଵିତୀୟା ଠାରୁ ଏକାଦଶୀ ଦିନ ପର୍ଯ୍ୟନ୍ତ ପ୍ରତିଦିନ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଯେଉଁଥିପାଇଁ ଭକ୍ତଗଣ ପ୍ରତ୍ୟେକ ଦିନ ତିନି ଠାକୁରଙ୍କ ଦର୍ଶନ ପାଇଥାନ୍ତି । ଏବର୍ଷ ରଥଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଗ୍ରାମବାସୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଦ୍ଵିତୀୟା ଦିନ ତିନିଠାକୁର ଜଗନ୍ନାଥ ମନ୍ଦିର ଠାରୁ ରଥ ଚଢ଼ି ମାଉସୀ ମନ୍ଦିରକୁ ଯାତ୍ରା କରିଥିଲେ । ଗ୍ରାମର ଗୌନ୍ତିଆ ସୁଦୀପ କୁମାର ସାହୁ ଛେରା ପହଁରା କରିଥିଲେ । କାଲିଆ ସାହୁ ସାମନ୍ତ ଚନ୍ଦ୍ର ସାହୁ, ଅରକ୍ଷିତ ସାହୁ ମନ୍ଦିର ପୂଜକ କ୍ଷୀରେଶ୍ୱର ଦାସ ପୂଜାପାଠ କରୁଥିବା ବେଳେ ଅଶ୍ୱିନୀ ଦାସ, ଚଞ୍ଚଳ ଦାସ ଏବଂ ରାଜେଶ ଦାସ ତିନିଠାକୁରଙ୍କୁ ପ୍ରତିଦିନ ରଥ ଉପରକୁ ଏବଂ ସନ୍ଧ୍ୟାରେ ମାଉସୀ ମନ୍ଦିରକୁ ଆଣିଥାନ୍ତି ।

purusottam
Leave A Reply

Your email address will not be published.