shyamal

ସହରରେ ରଥଯାତ୍ରା ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲା ରଥଯାତ୍ରା ଉପଲକ୍ଷେ ସହର ଏବେ ଜଗନ୍ନାଥମୟ ହୋଇଉଠିଛି । ରାଉରକେଲାରେ ପ୍ରାୟ ୫୦ଟି ସ୍ଥାନରେ ଦୁଇଦିନ ଧରି ରଥଟଣା କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାଉରକେଲା ପ୍ରଶାସନ, ଆର୍‌ଏସ୍‌ପି ପ୍ରଶାସନ, ପୁଲିସ ପ୍ରଶାସନ ଓ ଜନସାଧାରଣଙ୍କ ସହଯୋଗ କ୍ରମେ ଏହା ସୁରୁଖୁରୁରେ ସମାପନ ହୋଇଛି । ସେକ୍ଟର ୩ସ୍ଥିତ ହରିହର ଶ୍ରୀ ଜଗନ୍ନାଥ ମନ୍ଦିର, କୋଏଲ ନଗର ଶ୍ରୀଜଗନ୍ନାଥ ମନ୍ଦିର, ହନୁମାନ ବାଟିକା ଶ୍ରୀଜଗନ୍ନାଥ ମନ୍ଦିର, ବାସନ୍ତୀ କଲୋନୀ ଶ୍ରୀଜଗନ୍ନାଥ ମନ୍ଦିର, ପାନପୋଷ ଶ୍ରୀଜଗନ୍ନାଥ ମନ୍ଦିର, ଏନ୍ଆଇଟି ଶ୍ରୀଜଗନ୍ନାଥ ମନ୍ଦିର, ନୟାବଜାର ଶ୍ରୀଜଗନ୍ନାଥ ମନ୍ଦିର, ସେକ୍ଟର ୬ ଶ୍ରୀଜଗନ୍ନାଥ ମନ୍ଦିର, ପ୍ଲାଣ୍ଟ ସାଇଟ୍ ଶ୍ରୀଜଗନ୍ନାଥ ମନ୍ଦିର, ଛେଣ୍ଡଦେବ ବିହାର ଶ୍ରୀଜଗନ୍ନାଥ ମନ୍ଦିର, ସେକ୍ଟର ୬ ଜଗନ୍ନାଥ ଆଶ୍ରମ, ଉଦିତନଗର ପଞ୍ଚଦେବ ମନ୍ଦିର, କୋଏଲ ନଗର ସିଂ ବ୍ଲକ୍ ନୀଳକଣ୍ଠେଶ୍ଵର ସେବା ଟ୍ରଷ୍ଟ, ସାରନଗରୀ ଶ୍ରୀଜଗନ୍ନାଥ ମନ୍ଦିର, ଜଲଦା ଏ. ଓ. ସି. ବ୍ଲକ, ବାଲିଯୋଡି ଶ୍ରୀଜଗନ୍ନାଥ ମନ୍ଦିର, ଦେଓଗାଁ ଶ୍ରୀଜଗନ୍ନାଥ ମନ୍ଦିର, ସେକ୍ଟର ୧୬ ତୁମକେଲା ଶ୍ରୀଜଗନ୍ନାଥ ମନ୍ଦିର, ଝିରପାଣି ଶ୍ରୀଜଗନ୍ନାଥ ମନ୍ଦିର, ସେକ୍ଟର ୨ ଖରିଆବାହାଲ ଶ୍ରୀଜଗନ୍ନାଥ ମନ୍ଦିର ଭଳି ବିଭିନ୍ନ ସ୍ଥାନରେ ରଥଟଣା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ, ଆର୍‌ଏସ୍‌ପି ସିଇଓ ଅତନୁ ଭୌମିକ, ପୂର୍ବତନ ବିଧାୟକ ସୁବ୍ରତ ତରାଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ୟୁଥ୍ ହଷ୍ଟେଲ ରାଉରକେଲା, ମାନବିକତା ନିମନ୍ତେ ସହାୟତାର ହାତ, ଇସ୍ପାତ ମାର୍କେଟ ବଣିକ ସଂଘ ଭଳି ବହୁ ଅନୁଷ୍ଠାନ ପଣା, ସର୍ବତ, ଖିଚିଡି ଆଦି ବଣ୍ଟନ କରିଥିଲେ । ମ୍ୟୁଜିକ ସର୍କଲ, ସାତସୁର ସଂଗୀତ ଅନୁଷ୍ଠାନ, ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନ, ଦାରୁବ୍ରହ୍ମ ଅନୁଷ୍ଠାନ ଭଳି ବିଭିନ୍ନ ଅନୁଷ୍ଠାନ ତରଫରୁ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏଭଳି କାର୍ଯ୍ୟକ୍ରମ ଆସନ୍ତା ବାହୁଡା ଯାତ୍ରା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ସହରରେ ଏଭଳି କାର୍ଯ୍ୟକ୍ରମରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

purusottam
Leave A Reply

Your email address will not be published.