ଐତିହାସିକ ରାଜଧର୍ମ ପରମ୍ପରା ସମ୍ପନ୍ନ ଛତ୍ରପୁରର ନିଆରା ରଥଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଐତିହାସିକ ରାଜଧର୍ମ ପରମ୍ପରା ଅକ୍ଷୁର୍ଣ୍ଣ ରହିଥିବା ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ରଥଯାତ୍ରା ବର୍ଣ୍ଣାଢ଼୍ୟ ସମାରୋହରେ ସମାହିତ ହୋଇଯାଇଛି । ପ୍ରକାଶ ଥାଉକି, ଯେ’ ଛତ୍ରପୁର ତାଡେପଲ୍ଲୀ ସାହିସ୍ଥ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦିବା ୧୧ଟା ବେଳେ ପହଣ୍ଡି ବିଜେ ହୋଇଥିବାବେଳେ ଅପରାହ୍ନ ୩ଟା ୩୦ମିନଟ୍‌ରେ ଛେରାପହଁରା ଅନୁଷ୍ଠିତ ହୋଇଥିଲା । ମହାରାଜା କୈଳାସ ଚନ୍ଦ୍ର ଦେଓ ଆନୁଷ୍ଠାନିକ ଭାବେ ରଥରେ ଛେରାପହଁରା କରି ନିଜର ତ୍ୟାଗ ଓ କର୍ତ୍ତବ୍ୟ ପ୍ରତିପାଦନ କରିଥିଲେ । ଛତ୍ରପୁରର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଏବେ ସୁଦ୍ଧା ରାଜା ପରମ୍ପରା ଧର୍ମ ଉଜ୍ଜୀବିତ ହୋଇ ଏଠାରେ ଏକ ନିଆରା ପରମ୍ପରା ଅକ୍ଷୁର୍ଣ୍ଣ ରହିଆସିଛି । ଅପରାହ୍ନ ୪ଟା ବେଳେ ରଥଟଣା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ବିଜେ ହୋଇଥିଲା । ସେହିପରି ଶ୍ରୀ ପତିତପାବନ ଶ୍ରୀ ଜଗନ୍ନାଥ ଠାକୁରଙ୍କ ପାରମ୍ପରୀକ ରଥଯାତ୍ରାରସହରର ଦାଶିରି ଜଗନ୍ନାଥ ମନ୍ଦିରରେ ଏବଂ ସୀତାରାମପଲ୍ଲୀ ଗାଁ ମନ୍ଦିରରେ ସେବା ପ୍ରଚଳିତ ଅଛି । ସୀତାରାମପଲ୍ଲୀରୁ ରଥ ରିକାପଲ୍ଲୀ ଅଭିମୁଖେ ବାହାରି ରିକାପଲ୍ଲୀ ଆଡ଼ପ ଘର ଅବା ଗୁଣ୍ଡିଚା ମନ୍ଦିରରେ ରାତ୍ର ୯ଟା ସୁଦ୍ଧା ଠାକୁର ବିଜେ କରିଛନ୍ତି । ସର୍ବୋପରି ଛତ୍ରପୁର ସହରରେ ଶୃଙ୍ଖଳିତ ଭାବେ ଶ୍ରୀଗୁଣ୍ଡିଚା ଯାତ୍ରା ତଥା ରଥଯାତ୍ରା ସମାହିତ ହେଇଯାଇଛି ।

Leave A Reply

Your email address will not be published.