ls

ଚଳଚଞ୍ଚଳମୟ ପରିବେଶ ବଡ଼ଦାଣ୍ଡର ରଥଖଳା

sb

ଭୁବନେଶ୍ବର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଜୁଲାଇ ମାସ ୧୨ ତାରିଖରେ ପଡୁଛି । ଜୁଲାଇ ମାସର ରଥଯାତ୍ରାର ଆଦ୍ୟ ପର୍ବ ନେତ୍ର ଉତ୍ସବ ଦିନ ଶ୍ରୀ ମନ୍ଦିର ପରିସର ଚଳଚଞ୍ଚଳ ହୋଇ ଉଠିବ । ରଥଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଯାଇଥିବା ବଡ଼ଦାଣ୍ଡର ରଥଖଳାରେ ବଢ଼େଇ ପରିବାରଙ୍କ ରଥ ନିର୍ମାଣ କାର୍ୟ୍ୟର ଅଗ୍ରଗତି ଚଳଚଞ୍ଚଳମୟ ପରି ଅନୁଭୂତ ହୁଏ । ରଥ ନିର୍ମାଣ କାର୍ୟ୍ୟର ବେଗ ଦୃତ ଗତିରେ ଚାଲିଛି । ବଢ଼େଇ ପରିବାରଙ୍କ ଦ୍ୱାରା ତିନି ରଥର ଆଖ ଚକ ଜଖା ହୋଇଆସିଲାଣି । ବଡ଼ ଦାଣ୍ଡରେ ଏହି ରଥ ନିର୍ମାଣ କାର୍ୟ୍ୟର ଚଳଚଞ୍ଚଳ ଖୁବ ମନ ମୁଗ୍ଧକର ଏବଂ ଦର୍ଶକଙ୍କୁ ବିମୋହିତ କରିଥାଏ । ଏହା ଯେ ମନକୁ ବିଭୂ କୃପାରେ ଆଲ୍ହାଦିତ କରେ ଏଥିରେ ନିଃସନ୍ଦେହ ।

pc pk
Leave A Reply

Your email address will not be published.