jayashree

ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ପବିତ୍ର ରଥଯାତ୍ରା ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ କଟକଣା ମଧ୍ୟରେ ତ୍ରିକୂଟ ପର୍ବତର ଛଳିଆ ଶିଖର ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାଦଦେଶକୁ ଧାଡି ପହଣ୍ଡିରେ ଅଣାଯାଇ ଅସ୍ଥାୟୀ ମଣ୍ଡପରେ ବିଜେ କରାଯାଇଛି । ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଓ ପରମ୍ପରାକୁ ନେଇ ତିନି ଠାକୁରଙ୍କ ଦ୍ୱାରଫିଟା, ମଂଗଳ ଆଳତୀ, ସକାଳ ଧୂପ, ନୈବେଦ୍ୟ ସହ ବେଶ ଓ ଟାହିଆ ଲାଗି ପରେ ପହଣ୍ଡି ଆରମ୍ଭ ହୋଇଥିଲା । ଛଳିଆ ଶିଖରରୁ ଛଳ ଠାକୁର ବନର ଦେବତା ବନଫୁଲର ବାସରେ ଘୋଷଯାତ୍ରାକୁ ବାହାରିଥିଲେ । କୋଭିଡ୍ – ୧୯ ଅନୁପାଳନ ମଧ୍ୟେ ସୀମିତ ସେବାୟତ ତିନି ଠାକୁର ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ପହଣ୍ଡିରେ ୧୦୮ ପାହାଚ ଅତିକ୍ରମ କରି ତଳକୁ ଆଣିଥିଲେ । ପାହାଡ ପାଦଦେଶର ବଡଦାଣ୍ଡରେ ପୂର୍ବ ପ୍ରସ୍ତୁତ ତିନି ରଥ ରହିଥିଲେ ହେଁ ଠାକୁର ମାନଙ୍କୁ ରଥାରୁଢ଼ କରାନଯାଇ ଅସ୍ଥାୟୀ ମଣ୍ଡପରେ ରଖାଯାଇଛି । ବିଗତ ବର୍ଷ ପରି ଏଥର ମଧ୍ୟ ପାତାଳି ଶ୍ରୀକ୍ଷେତ୍ରଠାରେ ଭକ୍ତଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ନବଦିନାତ୍ମକ ବ୍ୟାପି ଘୋଷଯାତ୍ରା କେବଳ ନୀତିକାନ୍ତିରେ ସୀମିତ ରଖାଯାଇଛି ।

Leave A Reply

Your email address will not be published.