ବଲାଙ୍ଗିର ଚାନ୍ଦ ମନ୍ଦିରରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସକଳ ରୂପ ଅରୁଫର ଆଧାର, ବେଶ ବହୁଳ ଓ ବିଭିନ୍ନତାରେ ପରିପୂର୍ଣ୍ଣ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ଟିକ୍ରାପଡା ଶ୍ରୀକ୍ଷେତ୍ର ଚାନ୍ଦ ମନ୍ଦିରର ଆନୁକୁଲ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଇଁ ସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟବିଧି ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଗଲା । ଏଥିରେ ରଥ କମିଟି ସଭାପତି ଆଲୋକ କୁମାର ଚାନ୍ଦ ସମବେତ ଭକ୍ତବୃନ୍ଦ ରଞ୍ଜିତ ପଣ୍ଡା, ଅଶୋକ ଚାନ୍ଦ, ପଦ୍ମ ଲୋଚନ ଯୋଷୀ, ସୁଧୀର ଚାନ୍ଦ, ରାଜ କୁମାର ମିଶ୍ର, ଅନିଲ ଠାକୁର, ଛାୟାକାନ୍ତ ସାହୁ, ରାଜୀବ ମିଶ୍ର, ସୁଧୀର ତ୍ରିପାଠୀ, ଜୟକୃଷ୍ଣ ପଟେଲ, ଦୀପକ କୁମାର ଚାନ୍ଦ, ଶିବ ନାୟକ, ସୁମନ ବାବୁ, ରାଜୀବ ବେହେରା, ପିତାମ୍ବର ପଣ୍ଡା, ପ୍ରକାଶ ନାୟକ, ଅର୍ଜୁନ ମିଶ୍ର, ଜୟଚନ୍ଦ୍ର ପଟେଲ, ବୁଲୁ, ସମ୍ବିତ ପତି, ଟୁନା ହୋତା, ଅକ୍ଷୟ କୁମାର ପାଢୀ, ଭଗବାନ ବଗର୍ତ୍ତି, ନିମାଇଁ ଚରଣ ହାତୀ, ସତ୍ୟନାରାୟଣ ଶତପଥୀ, ଦ୍ୱିଜରାଜ ମିଶ୍ର, ଜଗନ୍ନାଥ ମନ୍ଦିର ପୂଜକ କୃଷ୍ଣଚନ୍ଦ୍ର ମିଶ୍ର, ଚାନ୍ଦ ମନ୍ଦିର ରଥ କମିଟିର ଅନ୍ୟ ସଦସ୍ୟ ବୃନ୍ଦ ତଥା ରାମ ମନ୍ଦିର ପୂଜା କମିଟିର ସଭାପତି ସନ୍ତୋଷ ଅଗ୍ରୱାଲ ଯୋଗ ଦେଇଥିଲେ । ଚାନ୍ଦ ରଥ କମିଟିର ସଭାପତି ଆଗାମୀ ଦିନରେ ପ୍ରସିଦ୍ଧ ରଥଯାତ୍ରାରେ ସମସ୍ତ ପ୍ରକାର କାର୍ଯ୍ୟବିଧି ପାଇଁ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.