jayashree

କୁନି କାରିଗର ଲିପୁନ ଚନ୍ଦନଙ୍କ କୁନି ରଥ ନିର୍ମାଣ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : କୁନି କାରିଗର ଲିପୁନ ଚନ୍ଦନ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ମିର୍ଦ୍ଧାପାଲି ପଞ୍ଚାୟତ ଅନ୍ତର୍ଗତ କଅଁଗା ଗ୍ରାମର । ବୟସ ତାଙ୍କର ୧୫ ବର୍ଷ ସେ ବିଭିନ୍ନ ପ୍ରକାରର କାରିଗରୀ କରି ଅଞ୍ଚଳରେ ବେଶ ଚର୍ଚ୍ଚିତ । ଏ ବର୍ଷ ସେ ୧୬ ଚକିଆ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି ସେ ରଥଟିକୁ ଯେମିତି ତିଆରି କରାଯାଏ ଠିକ୍‌ ସେହିପରି କାଠ ଉପରେ ରଙ୍ଗ ବେରଙ୍ଗ କରି ସୁସଜ୍ଜିତ କରିଛନ୍ତି । ରଥରେ ବସିବା ପାଇଁ ଜଗନ୍ନାଥ, ବଲଭଦ୍ର ଏବଂ ସୁଭଦ୍ରା ତିନୋଟି ମୂର୍ତ୍ତି ମଧ୍ୟ କାଠରେ ତିଆରିଛନ୍ତି ଲିପୁନ । ଆସନ୍ତାକାଲି ତାଙ୍କ ଗ୍ରାମର ରଥଯାତ୍ରା ଥିବା ବେଳେ ସେ ତାଙ୍କ ତିଆରି ରଥକୁ ମଧ୍ୟ ପ୍ରଦର୍ଶନ କରିବେ । ଗତବର୍ଷ ମଧ୍ୟ ଛୋଟ ଛୋଟ ତିନୋଟି ରଥ କରିଥିଲେ । ସୂଚନା ଥାଉକି ଲିପୁନ ଖାଲି ରଥ ନିର୍ମାଣ କରିନାହାନ୍ତି ବରଂ ଗ୍ରାମରେ ହେଉଥିବା ରାମଲୀଳାରେ କଲାକାରଙ୍କ ପାଇଁ ଦରକାର ଅସ୍ତ୍ରଶସ୍ତ୍ର ଯଥା ଧନୁ, ଲଂଗଲ, ମୁଣି ଭଲି ସମସ୍ତ ଦରକାରୀ ସାମଗ୍ରୀ ତିଆରି କରିଥାନ୍ତି । ଏବର୍ଷର ରଥ ତିଆରିବା ପାଇଁ ତାଙ୍କୁ ଦୁଇମାସ ପର୍ଯ୍ୟନ୍ତ ପରିଶ୍ରମ ଲାଗିଥିଲା । ବାପା ରାଜକିଶୋର ଚନ୍ଦନ ଏବଂ ମା’ ଯମୁନା ଚନ୍ଦନଙ୍କ ଏଇ କୁନି ପୁଅ ଲିପୁନ ଏଭଳି ବିଭିନ୍ନ ଜିନିଷ ତିଆରି କରି ଅଞ୍ଚଳରେ ପ୍ରଶଂସାର ପାତ୍ର ପାଲଟିଛନ୍ତି । ସେ ସପ୍ତମ ପଢିବା ବେଳୁ ହିଁ ତାଙ୍କର ଏପ୍ରକାର ରୁଚି ଆରମ୍ଭ କରିଥିଲେ । ଏବେ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି ଆଗକୁ ଆହୁରି କିଛି ନିର୍ମାଣ କରିବା ପାଇଁ ମନ ଅଛି ବୋଲି ଆମକୁ କହିଛନ୍ତି । ସେ କାରିଗରୀ ଛାଡି ମୃଦଙ୍ଗ ବାଦ୍ୟଯନ୍ତ୍ର ମଧ୍ୟ ବଜାଇଥାନ୍ତି । ତାଙ୍କର ଏଭଳି କାର୍ଯ୍ୟକଳାପ ଦେଖି ଯେ, କେହି ପ୍ରଶଂସା ନକରି ରହିପାରିବ ନାହିଁ । ଆଗକୁ ତାଙ୍କର ଏମିତି କାରିଗରୀ କାମ ଜାରି ରହୁ ଏତିକି ଜଗନ୍ନାଥ ପ୍ରଭୁଙ୍କ ଠାରେ ପ୍ରାର୍ଥନା ।

Leave A Reply

Your email address will not be published.