ଗଡ଼ିଲା ସୁଭଦ୍ରାଙ୍କ ଦର୍ପଦଳନ ରଥ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ବଡ଼ ଦାଣ୍ଡରେ ଗଡ଼ିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ରଥରେ ସୁଭଦ୍ରାଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ଭକ୍ତଙ୍କ ଗହଣରେ ଦର୍ପଦଳନ ଗଡ଼ିଛି । ଗଜପତି ମହାରାଜା ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇଥିଲା । ପରେ ପରେ ଘୋଡ଼ା ଯୋଖା ଯିବା ପରେ ଭକ୍ତମାନେ ଦର୍ପଦଳନ ରଖକୁ ଟାଣିନେଇଛନ୍ତି । ରଥ ଟାଣିବା ସମୟରେ ହୁଳହୁଳି ଓ ହରିବୋଲ ଶବ୍ଦରେ ଫାଟି ପଡ଼ୁଛି ବଡ଼ଦାଣ୍ଡ । ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ବେଶ୍‌ ଖୁସି ଦେଖିବାକୁ ମିଳିଛି ।

Leave A Reply

Your email address will not be published.