ପରିକ୍ରମାର ୫ମ ଦିନରେ ଅହିଂସା ରଥକୁ ସ୍ୱାଗତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ରଥ ପରିକ୍ରମାର ୫ମ ଦିନରେ ଦୁଇଟି ରଥ ପୁରୀ ଜିଲ୍ଲାର ସାତପଡା, ପୁରୀ ସଦର, ବରପାଳ, ନାଗେଶ୍ଵର ଓ ବ୍ରହ୍ମଗିରି ଅଞ୍ଚଳ ଗସ୍ତ କରିଥିଲା । ପୁରୀ ସହରର ଜିଲ୍ଲା ସ୍କୁଲରେ ସ୍ୱାଗତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମଗିରି ସମେତ ବିଭିନ୍ନ ଅଞ୍ଚଳରେ ତ୍ରିରଙ୍ଗା ଶୋଭାଯାତ୍ରାରେ ରଥକୁ ସ୍ୱାଗତ କରାଯାଇଥିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.