ଖଲ୍ଲିକୋଟ ରଥଯାତ୍ରାରେ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ସ୍ୱେଚ୍ଛାସେବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ବିଭିନ୍ନ ଉଲ୍ଲେଖନୀୟ ସେବା କାର୍ଯ୍ୟ କରି ସମସ୍ତଙ୍କଠୁ ତଥା ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କଠୁ ପ୍ରଶଂସା ପାଇବା ପରେ ଛତ୍ରପୁରର ଅଗ୍ରଣୀ ସଂଗଠନ ‘ସେବା ପ୍ରତିନିଧି’ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ବାହୁଡା ଯାତ୍ରା ସମୟରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଗଡ଼ରେ ଅନୁଷ୍ଠିତ ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କର ସେବା କରିବା ପାଇଁ ମନସ୍ଥ କରିଥିଲେ ଏବଂ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଗଞ୍ଜାମ ପୋଲିସ ବିଭାଗ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି କ୍ରମରେ ବାହୁଡା ଉପଲକ୍ଷେ ଛତ୍ରପୁର ଏସ୍‌.ଡ଼ି.ଜେ.ଏମ୍. କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ଆଇ.ଆର୍‌.ଇ ପ୍ରତିଷ୍ଠାନରେ କାର୍ଯ୍ୟରତ ମନୋରଞ୍ଜନ ବେହେରା, ଟୁଟୁ ନାୟକ, ଓକିଲ ଲସିତ ବରନ ବେହେରାଙ୍କ ନେତୃତ୍ୱରେ ପ୍ରାୟ ୪୦ ଜଣ ସଦସ୍ୟ ଖଲ୍ଲିକୋଟ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚି ରଥଯାତ୍ରା ସେବାକାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସର୍ବ ପ୍ରଥମେ ଶ୍ରୀଜୀଉଙ୍କର ପହଣ୍ଡି ବିଜେ ସମୟରେ ଶୃଙ୍ଖଳିତ ଭାବେ କିପରି ପହଣ୍ଡି ହେବ, ତାକୁ ନେଇ ଏକ କରିଡର କରିଥିଲେ ଓ ପରେ ରଥଟଣା କିପରି ଶୃଙ୍ଖଳିତ ହେବ ତାକୁ ନଜରରେ ରଖି ପୋଲିସ ବିଭାଗକୁ ଯଥା ସମ୍ଭବ ସାହାଯ୍ୟର ହାତ ବଢାଇଥିଲେ । ସୂଚନାଯୋଗ୍ୟ, ଖଲ୍ଲିକୋଟ ରଥଯାତ୍ରାରେ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣିଥାନ୍ତି । ତେଣୁ ଅସାମାଜିକ ବ୍ୟକ୍ତି ସୁଯୋଗ ଅପେକ୍ଷାରେ ରହିଥିଲେ କିଛି ବିଭ୍ରାଟ କରିବା ପାଇଁ କିନ୍ତୁ ପୂର୍ବରୁ ସତର୍କ ଥିବା ସ୍ୱେଚ୍ଛାସେବୀମାନଙ୍କ ପାଇଁ ଶୃଙ୍ଖଳିତ ଭାବେ ରଥଟଣା ସରିଥିଲା ଓ ବର୍ଷା ସତ୍ତ୍ୱେ ତିନି ରଥ ମନ୍ଦିର ନିକଟରେ ପହଞ୍ଚିଥିଲା । ଏହି ସେବାରେ ଅନ୍ୟମାନଙ୍କ ମଧ୍ୟରେ ମାଧବ ସାସମଲ, ଆଇ.ଆର୍‌.ଇରେ କାର୍ଯ୍ୟରତ ସନାତନ ମହାରଣା, ଦୁର୍ଯ୍ୟୋଧନ ସ୍ୱାଇଁ, ଅଯୋଧ୍ୟା ପରିଡା, ଟିଟାନିୟମ ପ୍ଲାଣ୍ଟର ବି.ବୈରାଗି, ମୋହନ ବେହେରା, ଦୟାନିଧି ସାହୁ ଓ ଗୋପାଳପୁର ପୋର୍ଟରେ କାର୍ଯ୍ୟରତ ଲିଙ୍ଗରାଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.