ଚୁଡାପାଲି ଠାରେ ଲୋୟର ସୁକତେଲ ବିସ୍ଥାପିତଙ୍କ ରାସ୍ତାରୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ଠାରେ ଆଜି ଲୋୟର ସୁକତେଲ ବିସ୍ଥାପିତ ମାନେ ବଲାଙ୍ଗିର- ପାଟଣାଗଡ ମୁଖ୍ୟ ରାସ୍ତାକୁ ଅବରୋଧ କରି ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ବିସ୍ଥାପିତଙ୍କ କହିବାନୁସାରେ ପ୍ରଶାସନ ତରଫରୁ ତୁରନ୍ତ ଗାଁ ଛାଡିବାକୁ କୁହାଯାଇଥିବା ବେଳେ ଆଉ ମାସେ କାଳ ସମୟ ବଢାଇବା ଦାବୀରେ ଆଜି ରାସ୍ତାରୋକ କରାଯାଇଛି । ଘଟଣାସ୍ଥଳରେ ବଲାଙ୍ଗିର ସଦର ପୋଲିସ ପହଂଚି ବୁଝାସୁଝା କରୁଥିବା ଜଣାପଡିଛି ।

Leave A Reply

Your email address will not be published.