‘ରାଷ୍ଟ୍ର ସର୍ବୋପରି’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବିଦ୍ୟା ଭାରତୀ, ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଓ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଅନୁଯାୟୀ ଶିକ୍ଷା ବିକାଶ ସମିତି ତୁଷୁରା ସଂକୁଳର ‘ରାଷ୍ଟ୍ର ସର୍ବୋପରି’ ଶୀର୍ଷକ ଆଲୋଚନା ଚକ୍ର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ତୁଷୁରା ପରିସରର ସଂକୁଳ ପ୍ରମୁଖ ଆଶୁକବି ହେମନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସ୍ତମ୍ଭକାର ତଥା ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କାର ପ୍ରାପ୍ତ ବିଶିଷ୍ଠ ସାରସ୍ୱତ ସାଧକ ମାନନୀୟ ତୁଳସୀ ଯୋଗ ଦେଇ ଭାରତର ସାହିତ୍ୟ, ସଂସ୍କୃତି ଓ ଗରିମାମୟ ଅତୀତର ପରମ୍ପରା ଏବଂ ରାଷ୍ଟ୍ର ସର୍ବୋପରି ଶୀର୍ଷକରେ ସାର ଗର୍ଭକ ଭାଷଣ ପ୍ରଦାନ କରିଥିଲେ । ସଂକୁଳ ସଂଯୋଜକ ସୁଶୀଳ କୁମାର ଦାଶ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅର୍ଜୁନପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ଶୁଭ୍ରାଂଶୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟା ତୃପ୍ତିମୟୀ ତ୍ରିପାଠୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ପରମେଶ୍ୱର ବେହେରା, ନଗେନ୍ଦ୍ର ପ୍ରସାଦ ବସ୍ତିଆ, କରୁଣାକର ବୁଡେକ, ନାରାୟଣ ଜାଲ, ସୁରେଶ ଚନ୍ଦ୍ର ସାହୁ, ଧରଣୀଧର ରଣା, ଭକ୍ତ ବନ୍ଧୁ ସାହୁ, ପାଲେଶ୍ୱର ବାଗ, ଥପିର ମନହୀରା, କୁମୁଦ ଚନ୍ଦ୍ର ନାୟକ, ସୁରୁପାଲ ସାହୁ, ପ୍ରହଲ୍ଲାଦ ଦଣ୍ଡସେନା, ବୃନ୍ଦାବନ ବିହାରୀ ମେହେର, ଶିବ ଶଙ୍କର ମନହୀରା, ଅହଲ୍ୟା ଥନାପତି, ହେମବନ୍ତି ଭାଟି, ନିରୁପମା ତନ୍ତୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.