jayashree

ଚାନ୍ଦୋତରାରେ ବେଆଇନ ବାଲି ଚୋରା ଚାଲାଣ ପ୍ରତିବାଦରେ ଉନ୍ଦେର ନଦୀ ଚାଷୀ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାସ୍ତାରୋକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଉନ୍ଦେର ନଦୀରୁ ବେଆଇନ ଭାବରେ ବାଲି ଚୋରା ଚାଲାଣ ପ୍ରତିବାଦରେ ଚାନ୍ଦୋତରା ଉନ୍ଦେର ନଦୀ ଚାଷୀ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉନ୍ଦେର ନଦୀ ସେତୁ ମଧ୍ୟରେ ରାସ୍ତାରୋକ ଆନ୍ଦୋଳନ କରାଯାଇଛି । ଉନ୍ଦେର ନଦୀରୁ ବାଲି ଚାଲାଣ ବନ୍ଦ କରାଯିବା ଦାବିରେ ରାସ୍ତାରୋକ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଘଟଣା ସ୍ଥଳରେ ସିନ୍ଧେକେଲା ରାଜସ୍ୱ ନିରୀକ୍ଷକଙ୍କୁ ଦାବିପତ୍ର ପ୍ରଦାନ ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ରାସ୍ତାରେ ଶହ ଶହ ଯାନ ବାହାନ ଅଟକି ରହିଥିଲା । ଆଗାମୀ ଦିନରେ ପ୍ରଶାସନ ଏ ଦିଗରେ ପଦକ୍ଷେପ ନ ନେଲେ ଆଇନ ଆମାନ୍ୟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଶାନ୍ତିଶୃଙ୍ଖଳା ପାଇଁ ସିନ୍ଧେକେଲା ପୋଲିସ ମୁତୟନ ହୋଇଛି । ଉନ୍ଦେର ନଦୀ ଚାଷୀ କ୍ରିୟାନୁଷ୍ଠାନ କମିଟି ସଭାପତି ଉମାକାନ୍ତ ସାହୁ, ସମ୍ପାଦକ ରୂପେଶ ବେହେରା, ଅମରେନ୍ଦ୍ର ନନ୍ଦ ଏବଂ ଅନ୍ୟମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.