ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ଗନିଆପାଲି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ମଳମୁଣ୍ଡା ଗ୍ରାମର ମୁଖ୍ୟ ରାସ୍ତାରେ ବହୁତ ଗୁଡିଏ ସ୍ଥାନରେ ଖାଲ ଢିପ ହୋଇ ରାସ୍ଥାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବା ଅଭିଯୋଗ ହେଉଛି । ଏଇ ରାସ୍ତା ଦେଇ ଅନେକ ଗ୍ରାମବାସୀ, ତହସିଲ, ସୋସାଇଟି, ବ୍ୟାଙ୍କ, ଛାତ୍ରଛାତ୍ରୀମାନେ ପଢିବାକୁ ଗାଇସିଲେଟ ଯାଉଥିବା ବେଳେ ଗ୍ରାମର ସବୁ ଲୋକ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ୧୦୮ଆମ୍ବୁଲାନ୍ସ, ଜନନୀ ସୁରକ୍ଷା ବାହନ ମଧ୍ୟ ଯାଉଅଛି ଅତି ଶୋଚନୀୟ ହୋଇଥିବାରୁ ଠିକ୍ ସମୟରେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି । ଦୀର୍ଘ ଦୁଇ ବର୍ଷ ହେବ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ତଥା ନିର୍ବାଚିତ ଜନ ପ୍ରତିନିଧି ଦୃଷ୍ଟି ଆକର୍ଷଣ କରିଥିବା ସତ୍ତ୍ୱେ କାହାରି ନଜର ପଡୁନାହିଁ ବୋଲି ଅଭିଯୋଗ ହେୁଚି । ଏଣୁ ପ୍ରଶାସନ ମଳମୁଣ୍ଡା ଗ୍ରାମର ମୁଖ୍ୟ ରାସ୍ତା ଯଥା ଶୀଘ୍ର ନିର୍ମାଣ କରିବାକୁ ପଦକ୍ଷେପ ନିଅନ୍ତୁ ନଚେତ ଗ୍ରାମବାସୀଙ୍କ ତରଫରୁ ରାଜରାସ୍ତାକୁ ଓହ୍ଲାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
Next Post