ଶିଶୁ ମୃତ୍ୟୁକୁ ନେଇ ଡାକ୍ତରଖାନା ସମ୍ମୁଖରେ ମୃତଦେହ ରଖି ରାସ୍ତାରୋକୋ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ ଡାକ୍ତରଖାନାରେ ଡା‌କ୍ତରଙ୍କ ଅବହେଳା ଯୋଗୁ ଶିଶୁଟିର ମୃତ୍ୟୁ ଘଟିଥିବା ଅଭିଯୋଗ କରି ପରିବାର ଏବଂ ସ୍ଥାନୀୟ ଲୋକମାନେ ଡାକ୍ତରଖାନା ସମ୍ମୁଖରେ ମୃତଦେହ ରଖି ରାସ୍ତାରୋକୋ କରଥିଲେ । ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ଦିନ ଅପରାହ୍ନରେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାକୁ ଲେବଦା ଗ୍ରାମର ରୋହିତ ବାରିକ ନାମକ ଜଣେ ବ୍ୟକ୍ତି ନିଜ ୧୪ ମାସର ଶିଶୁକୁ ଜ୍ଵର ହେଉଥିବାରୁ ଆଣିଥିଲେ । ତେବେ ଶିଶୁକୁ ଚିକିତ୍ସା ନକରି ଏକ ଘରୋଇ ଡାକ୍ତରଖାନାକୁ ଯିବାକୁ ପରାମର୍ଶ ଦେଇଥିବା ବେଳେ ଡାକ୍ତରଖାନାରୁ ଯିବା ପୂର୍ବରୁ ସେଠାରେ ଏକ ଇଞ୍ଜେକ୍ସନ ଦେଇଥିଲେ ବୋଲି ରୋହିତ ଅଭିଯୋଗ କରିଛନ୍ତି । ଏହା ପରେ ରୋହିତ ନିଜ ୧୪ ମାସର ଶିଶୁକୁ ନେଇ ଘରୋଇ ଡାକ୍ତରଖାନାକୁ ଯାଇଥିଲେ। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ପିଲାଟିର ମୃତ୍ୟୁ ଘଟିଥିବା ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.