ଦୁର୍ଘଟଣାରେ ଯୁବକର ମୃତ୍ୟୁକୁ ନେଇ ରାସ୍ତାରୋକ, କ୍ଷତିପୂରଣ ଦାବି କଲେ ପରିବାର ବର୍ଗ

ବଲାଙ୍ଗର, (ବିମଳେନ୍ଦୁ ସାହୁ) : ବଲାଙ୍ଗର ଜିଲ୍ଲା ଆଗଲପୁର ବ୍ଲକ ଝରଣିପାଲି ପଂଚାୟତର ଚୁଙ୍ଗିଦାଦର ଠାରେ ଟ୍ରଲର ଧକ୍କାରେ ପାଣ୍ଡେସରା ଗ୍ରାମର ଧିରେନ୍ ପଧାନ(୪୫)ଙ୍କ ଗତକାଲି ମୃତ୍ୟୁ ହୋଇଥିଲା । ମୃତ ଧିରେନ ଏକ ଏନଜିଓ ସଂସ୍ଥାରେ କାମ ସାରି ଘରକୁ ଫେରୁଥିବା ବେଳେ ଟ୍ରଲର ଟି ତାଙ୍କୁ ଧକ୍କା ଦେବା ଯୋଗୁଁ ଧିରେନଙ୍କ ମୃତ୍ୟୁ ହୋଇଥିଲା । ମୃତ ଧିରେନଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ଦାବିରେ ସ୍ଥାନୀୟ ଗ୍ରାମବାସୀ ଭରସୂଜା ବସଷ୍ଟାଣ୍ଡ ଠାରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ । ଫଳରେ ଲୋଇସିଂହା – ପଦ୍ମପୁର ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । ଆଗଲପୁର ତହସିଲଦାର ନବୀନ କିଶୋର ପାଢ଼ୀ, ଆଇଆଇସି ଅନିତା ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ କ୍ଷତିପୂରଣ ପ୍ରଦାନ କରାଯିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିବା ଜଣାଯାଇଛି ।

Leave A Reply

Your email address will not be published.