- ମୃତକଙ୍କ ପରିବାରକୁ ମିଳିଲା ଦଶ ହଜାର ଟଙ୍କା
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଡୁଙ୍ଗୁରିପାଲି ନିକଟ ବିଜୁ ଏକ୍ସପ୍ରେସରେ ରବିବାର ଏକ ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକ ହେଲେ ଡୁଙ୍ଗରିପାଲିର ନାଥ ଅଜଗର (୭୫) । ସୂଚନାଯୋଗ୍ୟ ଯେ, ମାଣ୍ଡୋସିଲର ଦୁଷ୍ମନ୍ତ କୁମାର ସାହୁ(୩୭) ତାଙ୍କ ପତ୍ନୀ ସହିତ କୌଣସି କାମ ପାଇଁ ପାଇକମାଲ ଯାଇ କାମ ସାରି ଘରକୁ ଫେରୁଥିବା ସମୟରେ ଡୁଙ୍ଗୁରିପାଲି ବିଜୁ ଏକ୍ସପ୍ରେସରେ ଜଣେ ବୃଦ୍ଧ ନିକଟସ୍ଥ ପୋଖରୀକୁ ଗାଧୋଇଵା ପାଇଁ ଯାଉଥିବା ସମୟରେ ପାଇକମାଲ ପଟୁ ଆସୁଥିବା କାର ସେହି ବୃଦ୍ଧ ନାଥ ଅଜଗରକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ଜାଣିବା ପରେ ଗ୍ରାମବାସୀ ଘଟଣାସ୍ଥଳକୁ ପହଞ୍ଚି ଗାଡି ଚାଳକକୁ ଅଟକ ରଖି କ୍ଷତିପୂରଣ ଲାଗି ରାସ୍ତାରୋକ କରିଥିଲେ । ଏନେଇ ପାଇକମାଲ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ବୁଝାସୁଝା କଲାପରେ ତଥା ପାଇକମାଲ ତହସିଲଦାର ସିନ୍ଧୁସୁତା ପାତ୍ର ମୃତକଙ୍କ ପରିବାରକୁ ରେଡକ୍ରସ ତରଫରୁ ୧୦ହଜାର ଟଙ୍କା ଦେବା ପରେ ରାସ୍ତାରୋକ ହଟିଥିଲା । ଏନେଇଗାଡ଼ି ଓଡ଼ି୦୨ ବିପି ୪୩୪୩କୁ ସିଜ କରି ଗାଡି ଚାଳକ ଦୁଷ୍ମନ୍ତ ସାହୁଙ୍କ ନାଁରେ କେସ ନଂ୧୯୩ /୨୫ ମାମଲା ରୁଜୁ କରି ପଦ୍ମପୁର କୋର୍ଟ ଚାଲାଣ କରାଯାଇଛି । ତଥା ମୃତକଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ପଠାଯାଇଛି ବୋଲି ଥାନାଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ କହିଛନ୍ତି ।