om academy

ପାଣି ସମସ୍ୟାକୁ ନେଇ ମହିଳାଙ୍କ ରାସ୍ତା ରୋକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଣି ସମସ୍ୟାକୁ ନେଇ ପଦ୍ମପୁର ପଟଣାଗଡ଼ ମୁଖ୍ୟ ରାସ୍ତା ରୋକିଲେ ମହିଳା । ସୂଚନା ଅନୁସାରେ ପଦ୍ମପୁର ସହରରେ ବାରମ୍ବାର ବିଭିନ୍ନ ଅଞ୍ଚଳରେ ସମୟ ସମୟରେ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳୁଥିବା ବେଳେ ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଏହାର କୌଣସି ପ୍ରକାର ସ୍ଥାୟୀ ସମାଧାନ କରୁ ନାହାନ୍ତି । ପ୍ରାୟ ସମୟରେ ଅଞ୍ଚଳରେ ଲୋକଙ୍କୁ ଟେଙ୍କର ଦ୍ୱାରା ପାଣି ଯୋଗେଇ ଦିଆଯାଇଥାଏ । ହେଲେ ବାରମ୍ବାର ଅଞ୍ଚଳରେ କେତେ ବେଳେ ନର୍ଦ୍ଦମା ପାଣି ତ ଆଉ କେତେ ବେଳେ ବିଲ୍‌କୁଲ୍‌ ପାଣି ଆସୁ ନଥିବାରୁ ନିରୁପାୟ ହୋଇ ପଦ୍ମପୁର ପଟଣାଗଡ଼ ମୁଖ୍ୟ ରାସ୍ତା ରାଜାପଡା ଛକ ଠାରେ ମହିଳା ମାନେ ବାଲ୍ଟି ଗରିଆ ଆଦି ଧରି ରାସ୍ତା ରୋକ କରିଛନ୍ତି । ଫଳରେ ବହୁ ଯାନବାହନ ଅଟକି ରହିଛି । ଗତ ଡିସେମ୍ବର ମାସରେ ମଧ୍ୟ ପାଣି ସମସ୍ୟାକୁ ନେଇ ରାସ୍ତା ରୋକ କରିଥିବା ବେଳେ କିନ୍ତୁ ସମସ୍ୟାର ଶୀଘ୍ର ସମାଧାନ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା କିନ୍ତୁ ଦୀର୍ଘ ୮ ମାସ ପରେ ବି ସମସ୍ୟା ସମାଧାନ ନ ହେବାରୁ ଆଜି ପୁଣି ରାସ୍ତା ରୋକ କରିଛନ୍ତି ଅଞ୍ଚଳବାସୀ । ସୂଚନା ଯୋଗ୍ୟ ଯେ, ବିଧାୟକ ନିଜେ ଏହି ପଡାର ବାସିନ୍ଦା ହୋଇଥିଲେ ହେଁ ଦୀପ ତଳ ଅନ୍ଧାର ଭଳି ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପଦ୍ମପୁର ଅଞ୍ଚଳବାସୀ ।

Leave A Reply

Your email address will not be published.