oom

ୱିଙ୍ଗସ୍ ଟୁ ଆୱାର୍ ହୋପ୍ସ’ ଏବଂ ‘ଆଶାଓଁ କୀ ଉଡ଼ାନ୍’ ପୁସ୍ତକ ଦ୍ୱିତୀୟ ଭାଗର ପ୍ରଥମ କପି ଗ୍ରହଣ କଲେ ରାଷ୍ଟ୍ରପତି

jsmm

• ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁସ୍ତକଗୁଡ଼ିକୁ ଉନ୍ମୋଚନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
• କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ କାର୍ଯ୍ୟକ୍ରମରେ ରହିଲେ ଉପସ୍ଥିତ

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ ଆଜି ରାଷ୍ଟ୍ରପତି ଭବନ ପରିସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ୱିଙ୍ଗସ୍ ଟୁ ଆୱାର୍ ହୋପ୍ସ’ ଏବଂ ‘ଆଶାଓଁ କୀ ଉଡ଼ାନ୍’ ପୁସ୍ତକ ଦ୍ୱିତୀୟ ଭାଗର ପ୍ରଥମ କପି ପ୍ରଦାନ କରିଛନ୍ତି । ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପ୍ରକାଶନ ବିଭାଗ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଦ୍ୱିତୀୟ ବର୍ଷର କାର୍ଯ୍ୟକାଳ ସମୟରେ ସେ ଦେଇଥିବା ଅଭିଭାଷଣର ସଂକଳନକୁ ନେଇ ‘ୱିଙ୍ଗସ୍ ଟୁ ଆୱାର୍ ହୋପ୍ସ’ ଏବଂ ‘ଆଶାଓଁ କୀ ଉଡ଼ାନ୍’ ପୁସ୍ତକର ଦ୍ୱିତୀୟ ଭାଗ ପ୍ରକାଶ ପାଇଛି । ଏହା ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପ୍ରକାଶନ ବିଭାଗ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି । ଆଜି ସକାଳେ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର ଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପୁସ୍ତକକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ । ଉନ୍ମୋଚନ ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ପୁସ୍ତକର ଦ୍ୱିତୀୟ ଭାଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୫୧ଟି ବଛା ବଛା ଭାଷଣ ରହିଛି । ଏଗୁଡ଼ିକୁ ୧୧ଟି ବିଭାଗରେ ବିଭକ୍ତ କରାଯାଇଛି । ବିଭାଗ ଗୁଡ଼ିକ ହେଲା: ଜାତି ଉଦ୍ଦେଶ୍ୟରେ ସମ୍ବୋଧନ, ଶିକ୍ଷା ମାଧ୍ୟମରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ, କର୍ମଯୋଗୀମାନଙ୍କୁ ନିଃସ୍ୱାର୍ଥପର ସେବା ପାଇଁ ପ୍ରେରଣା, ସଶସ୍ତ୍ର ବାହିନୀ-ଆମର ଜାତୀୟ ଗର୍ବ, ନାଗରିକ ସଶକ୍ତିକରଣରେ ପ୍ରଶାସନର ଭୂମିକା, ଉଲ୍ଲେଖନୀୟ ସଫଳତାକୁ ସ୍ୱୀକୃତି, ବିଶ୍ୱ ସମ୍ପର୍କ ସ୍ଥାପନ ଓ ସୁଦୃଢ଼ୀକରଣ, ଆମର ସାଂସ୍କୃତିକ ଐତିହ୍ୟକୁ ସମ୍ମାନ, କୃଷିରେ ନବସୃଜନ: ଭାରତର ଅଭିବୃଦ୍ଧିକୁ ଆଗେଇ ନେବା, ଆତ୍ମ ଓ ପ୍ରକୃତିକୁ ଏକୀକୃତ କରିବା, ଏବଂ ମହିଳା ସଶକ୍ତିକରଣ: ପ୍ରତିବନ୍ଧକକୁ ଭାଙ୍ଗିବା ।

jittmm
Leave A Reply

Your email address will not be published.