centurian jitm

କୁଇବାହାଲ ଗସ୍ତ କରି ରାସ୍ତା ସମସ୍ୟାର ସମାଧାନ ନେଇ ପ୍ରତିଶୃତି ଦେଲେ ଉପଜିଲ୍ଲାପାଳ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ କୁହିବାହାଲ ଗାଁ ଗସ୍ତ କରି ରାସ୍ତା ସମସ୍ୟାର ସମାଧାନ ନେଇ ବଲାଙ୍ଗିର ଉପଜିଲ୍ଲାପାଳ ପ୍ରତିଶୃତି ଦେଇଥିବା ଜଣାପଡିଛି । ସୂଚନା ଅନୁସାରେ କୁହିବାହାଲ ଗାଁକୁ ଏଯାଏଁ ରାସ୍ତା ନିର୍ମାଣ ହୋଇପାରି ନାହିଁ ଫଳରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ଗ୍ରାମବାସୀ ଚେତାବନୀ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନିଆଯାଇଥିଲା । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ଲମ୍ବୋଧର ଧରୁଆ ଓ ଉପବିଭାଗୀୟ ଅଧିକାରୀମାନେ କୁହିବାହାଲ ଗାଁକୁ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଏବଂ ଏକ ରାସ୍ତା ନିର୍ମାଣ କରିବା ନେଇ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ତେବେ ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଗ୍ରାମବାସୀ ଭୋଟ ବର୍ଜନ କରିବା ନିଷ୍ପତ୍ତିରୁ ଓହରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.