ବଲାଙ୍ଗିର କିଷାନ କଂଗ୍ରେସ ପକ୍ଷରୁ ଚିନିକଳର ପୁନଃଉଦ୍ଧାର ଓ ସୂତାକଳ ପ୍ରତିଷ୍ଠା ନେଇ ରାସ୍ତରୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କିଷାନ କଂଗ୍ରେସ ପକ୍ଷରୁ ଚିନିକଳର ପୁନଃଉଦ୍ଧାର ଓ ସୂତାକଳ ପ୍ରତିଷ୍ଠା ନେଇ ବଲାଙ୍ଗିର-ପାଟଣାଗଡ଼ ଜାତୀୟ ରାଜପଥ ପଥରଚେପାଠାରେ ରାସ୍ତରୋକ କରାଯାଇଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ କଂଗ୍ରେସ କର୍ମୀମାନେ ଶତାଧିକ ସଂଖ୍ୟାରେ ଯୋଗଦେଇ ଆନ୍ଦୋଳନ ଜାରି ରଖିଛନ୍ତି । କିଷାନ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ବଲାଙ୍ଗିରରେ ରହିଥିବା ଏକମାତ୍ର ଶିଳ୍ପାନୁଷ୍ଠାନ ଚିନିକଳକୁ ବନ୍ଦ କରି ଦିଆଯାଇଥିବା ବେଳେ ଏଥିଯୋଗୁଁ ବଲାଙ୍ଗିର ଜିଲ୍ଲାର ଚାଷୀମାନେ ଅନେକ କ୍ଷତି ସହିଛନ୍ତି । ତେଣୁ ତୁରନ୍ତ ଦେଓଗାଁ ସ୍ଥିତ ଚିନିକଳକୁ କାର୍ଯ୍ୟକ୍ଷମ କରାଯାଉ । ଏଥିସହିତ ବଲାଙ୍ଗିର ଜିଲ୍ଲାରେ ବହୁ ପରିମାଣରେ କପାଚାଷ ହେଉଥିବା ବେଳେ ଅମଳ ହେଉଥିବା ସବୁ କପା ଓଡିଶା ବାହାରକୁ ଚାଲିଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲାର ସମୃଦ୍ଧି ପାଇଁ ତାହା କାମକୁ ଆସୁନାହିଁ । ଏଣୁ ବଲାଙ୍ଗିର ଜିଲ୍ଲାରେ ଏକ ସୂତାକଳ ପ୍ରତିଷ୍ଠା କରାଯିବାକୁ ଆନ୍ଦୋଳନକାରୀମାନେ ଦାବୀ କରିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ଦାବୀ ନେଇ କିଷାନ କଂଗ୍ରେସ ବଲାଙ୍ଗିର-ଟିଟିଲାଗଡ ଜାତୀୟ ରାଜପଥରେ ରାସ୍ତାରୋକ କରିଥିଲା । ଯଦି ସରକାର ଆମର ଦାବୀ ପୂରଣ ନ କରନ୍ତି, ତେବେ ଆଗାମୀ ସମୟରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି କିଷାନ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.