ଶାନ୍ତିପଡାରେ ରାସ୍ତା ଅବରୋଧ ଅଭିଯୋଗରେ ଚଢାଉ କଲା ମ୍ୟୁନୁସିପାଲିଟି : ୩୦ ହଜାର ଫାଇନ୍‌ କଷିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ରାସ୍ତା ଅବରୋଧ ଯୋଗୁଁ ସ୍ଥାନୀୟ ଶାନ୍ତିପଡା ସ୍ଥିତ ବିଜେନ୍ଦ୍ର ଗୁପ୍ତାଙ୍କ ନିର୍ମାଣାଧୀନ ବିଲ୍‌ଡିଙ୍ଗ୍‌ ଉପରେ ଚଢାଉ କରିଛି ବଲାଙ୍ଗିର ମ୍ୟୁନୁସିପାଲିଟି । ବଲାଙ୍ଗିର ପୌର ପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ ବିପିନ ଦୀପଙ୍କ ନେତୃତ୍ୱରେ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଏହି ଚଢାଉରେ ସାମିଲ ଥିଲେ । ତେବେ ରାସ୍ତା ଉପରେ ଗୃହ ନିର୍ମାଣ ସାମଗ୍ରୀ ଜମା କରାଯାଇଥିବାରୁ ଏହି ଚଢାଉ କରାଯାଇଥିବା ବେଳେ ବିଲ୍‌ଡିଙ୍ଗ୍‌ ମାଲିକ ବିଜେନ୍ଦ୍ର ଗୁପ୍ତାଙ୍କ ଉପରେ ୩୦ ହଜାର ଟଙ୍କା ଫାଇନ କଷିଛି ବଲାଙ୍ଗିର ମ୍ୟୁନୁସିପାଲିଟି । ଏହି ଚଢାଉରେ କାର୍ୟ୍ୟ ନିବାର୍ହୀ ଅଧିକାରୀ ଶ୍ରୀ ଦୀପଙ୍କ ସହ ବରିଷ୍ଠ ସହାୟକତା ସଞ୍ଜୟ ନାଗ, ଶ୍ୱେତ ତ୍ରିପାଠୀ, ସରୋଜ କୁମାର ମହାରଣା, ଲିଙ୍ଗରାଜ ବରିହା, ବୁଧୁରାମ ତାଣ୍ଡି, ଭୀଷ୍ମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.