om academy

ପିପିଏଲ କମ୍ପାନୀରେ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ : ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

jsm

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପିପିଏଲ କମ୍ପାନୀ ଭିତରେ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ରଙ୍ଗିଆଗଡ଼ ଗ୍ରାମର ଭାଗିରଥି ମଲ୍ଲିକଙ୍କ ସାନ ପୁଅ ସୁଶାନ୍ତ ମଲ୍ଲିକ । ସେ କମ୍ପାନୀର ଏକ ଠିକା ସଂସ୍ଥାର ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ । ତେବେ ଏହି ଘଟଣାକୁ ନେଇ କ୍ଷତିପୂରଣ ବାବଦରେ ପରିବାରକୁ ୫୦ଲକ୍ଷ ଟଙ୍କା ଓ ଜଣଙ୍କୁ ଚାକିରି ଦେବା ପାଇଁ ଦାବୀ କରି କମ୍ପାନୀ ଗେଟ୍ ନିକଟରେ ଶତାଧିକ ଗ୍ରାମବାସୀ ଓ ଶ୍ରମିକ ରାସ୍ତା ଅବରୋଧ କରିଥିବା ବେଳେ ପିପିଏଲ କାରଖାନା ପରିସରକୁ କୌଣସି ଗାଡ଼ି ଯିବା ଆସିବା କରିପାରୁନାହିଁ । ଘଟଣାସ୍ଥଳରେ ପାରାଦ୍ୱୀପ ଅତିରିକ୍ତ ଏସପି ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।

Leave A Reply

Your email address will not be published.