ବାନ୍ଧୁପଲା ଗ୍ରାମ ପଞ୍ଚାୟତବାସୀଙ୍କ ଦ୍ଵାରା ଜାତୀୟ ରାଜପଥ ୫୯ ଅବରୋଧ : ପୋଲିସ ଏବଂ ପ୍ରଶାସନ ବୁଝାସୁଝା କଲା ପରେ ହଟିଲା ରାସ୍ତା ଅବରୋଧ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରା ରାଜ୍ୟରେ ଟିଟିଲାଗଡ ସହରକୁ ଉତ୍ତପ୍ତ ସହର ରୁପେ ଲୋକେ ଜାଣନ୍ତି । ଏହି ସହରରେ ଖରା ସାଙ୍ଗକୁ ପିଇବା ପାଣିର ଅସୁବିଧା ଲାଗି ରହିଛି । ଦୀର୍ଘ ୧୦ ଦିନ ହେବ ପିଇବା ପାଣି ଯୋଗାଣ ନ ହେଉଥିବା ଯୋଗୁଁ ଟିଟିଲାଗଡ ନିକଟସ୍ଥ ବାନ୍ଧୁପଲା ଗ୍ରାମ ପଞ୍ଚାୟତର ଲୋକେ ଖାଲି ଗରା ମାଠିଆ ଧରି ରାୟପୁର ବ୍ରହ୍ମପୁର ଜାତୀୟ ରାଜପଥ ୫୯କୁ ଅବରୋଧ କରିଛନ୍ତି । ପାଣି ଯୋଗାଣ ନ ହେବା ଯାଏଁ ଏହି ରାସ୍ତା ଅବରୋଧ କରିବୁ ବୋଲି ଚେତାବନୀ ଦେଇଛନ୍ତି । ଘଟଣା ସ୍ଥଳରେ ଥାନାଧିକାରୀ ମନୋଜ ପ୍ରଧାନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ବି ଲୋକେ ତାଙ୍କ ଜିଦ୍‌ରେ ଅଟଳ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.