ଉପାନ୍ତ ଅଞ୍ଚଳରେ କାଦୁଅ ପଚ ପଚ ଗ୍ରାମ୍ୟ ରାସ୍ତା

ତୁରେକେଲା, (ମୀନକେତନ ନିଆଲ) : ବଲାଙ୍ଗିର ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ତୁରେକେଲା ବ୍ଲକରେ ଥିବା କନ୍ଦେଇ ପଞ୍ଚାୟତର ଯୁବାମାଲ ଗ୍ରାମରେ ଥିବା ଖଡଖଡିଜୋର୍‌ରୁ ମାଝିପଡା ରାସ୍ତା ବର୍ଷାରେ କାଦୁଅ ପାଇଁ ଚାଲିବା କଷ୍ଟକର ହୋଇପଡୁଛି । ଲଗାଣ ବର୍ଷା ଯୋଗୁଁ ଯୁବାମାଲ୍ ଗ୍ରାମ୍ୟରାସ୍ତା କାଦୁଅ ପଚ ପଚ ହୋଇଯାଇଛି । ଫଳରେ ଗ୍ରାମବାସୀ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଦେଇ ଦୈନନ୍ଦିନ ଯୁବାମାଲ ଗ୍ରାମର ଲୋକେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି । ଗର୍ଭବତୀ ମହିଳା ମାନଙ୍କୁ ଡାକ୍ତରଖାନା ନେବାକୁ ହେଲେ ଖଟିଆରେ ବୋହିକି ନେବାକୁ ପଡୁଛି । ବର୍ତ୍ତମାନ ଏହି ରାସ୍ତାରେ ସାଇକେଲ କିମ୍ବା ଚାଲି ଚାଲି ଯିବା ମଧ୍ୟ ସମ୍ଭବ ହୋଇପାରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ଦିଗରେ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ତୁରନ୍ତ ଧ୍ୟାନ ଦେଇ ଯୁଦ୍ଧକାଳୀନ ଭିତ୍ତିରେ ଏହି ରାସ୍ତାକୁ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.