ଦେଉଳି ବାଇପାସ୍ ରାସ୍ତାର ଦୂରବସ୍ଥା : କଲବଲ କରୁଛି ଖାଲଖମା କାଦୁଅ ପଚପଚ ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଭେଉରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଉଳି ବାଇପାସ୍‌ ରାସ୍ତା ଚାରପାଲି ଗ୍ରାମ ପଞ୍ଚାୟତ ଓ କନସିଂହା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଅତି ଶୋଚନୀୟ ଅବସ୍ଥା ହୋଇପଡିଛି । ଏହି ରାସ୍ତା ଉପରେ ୧୨ ଖଣ୍ଡ ଗ୍ରାମର ଲୋକେ ନିର୍ଭର କରିଥାନ୍ତି । ଦୀର୍ଘ ଦିନ ହେବ ରାସ୍ତାର ଅବସ୍ଥା ଖରାପ ଥିଲା ପଦ୍ମପୁର ନଗରକୁ ଅଙ୍ଗନଦୀ ଠାରୁ ଯେଉଁ ପିଇବା ପାଣିପାଇପ ଯାଇଛି ତାହା ଫାଟିଯାଇ ଥିଲା ତାର ସମାଧାନ ପାଇଁ ଗୋଟେ ବଡ ଗାତ ଖୋଲା ଯାଇଥିଲା । ଆଉ ସେହି ଗାତକୁ ବାଲି ଓ ମାଟି ଦେଇ ସେମିତି ଛାଡି ଦେଇଥିବାରୁ ଭାରି ଯାନ, ସ୍କୁଲ ଗାଡି, ଆମ୍ବୁଲାନ୍ସ ଓ ଲୋକଙ୍କ ଯିବା ଆସିବାରେ ବହୁ ଅସୁବିଧା ହେଉଛି । ଯଥାଶୀଘ୍ର ତାର ସମାଧାନ ପାଇଁ ସାଧାରଣ ଲୋକ ଦାବି ରଖିଛନ୍ତି ।

Leave A Reply

Your email address will not be published.