ବିଲାସପୁରରୁ ବେଲଟୁକ୍ରୀ ରାସ୍ତା ସାଜିଛି ମରଣଯନ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶ ସ୍ଵାଧୀନତାର ଅମୃତ ମହୋତ୍ସବ ମାନୁଥିବାବେଳେ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ବରଗଡ ପଦ୍ମପୁର ଉପଖଣ୍ଡ ଜିଲ୍ଲା ଝାରବନ୍ଧ ବ୍ଲକ ବିଳାସପୁର ଗ୍ରାମପଞ୍ଚାୟତର ବିଲାସପୁର ଠାରୁ ବେଲଟୁକ୍ରୀ ରାସ୍ତା କାଦୁଅ ପଚପଚ ଦୃଶ୍ୟ, ଲୋକେ ନାହିଁନଥିବାର ସମ୍ମୁଖୀନ, ବର୍ଷା ହେଲେ କି ନହେଲେ ମୁଖ୍ୟ ରାସ୍ତାରେ କାଦୁଅ ସରସର । ରାସ୍ତାରେ ପ୍ରତିବର୍ଷ ରାସ୍ତା କାମ ହେଉଛି, କିନ୍ତୁ ସବୁ ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ହେଉଛି । ଏହି ରାସ୍ତାରେ ପ୍ରତିଦିନ ବହୁ ସଂଖ୍ୟକ ଲୋକ ଯିବାଆସିବା କରୁଛନ୍ତି ତା ସହିତ ଛୋଟ ଛୋଟ ପିଲା ମାନେ ସାଇକେଲ ଚଲାଇ ବେଲଟୁକ୍ରୀ ସରସ୍ଵତୀ ଶିଶୁ ମନ୍ଦିରକୁ ପାଠ ପଢ଼ିବା ପାଇଁ ଯାଉଛନ୍ତି । କାଦୁଅ ପଚପଚ ରାସ୍ତାରେ ସାଇକେଲରେ ପଡିଯାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ଅସୁବିଧାକୁ ଦୁର କରିବା ପାଇଁ ଝାରବନ୍ଧ ବ୍ଲକ୍‌ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳଙ୍କୁ ଅଭିଯୋଗ ମଧ୍ୟ କରିଥିଲେ । ଜିଲ୍ଲାପାଳ ମହାଶୟ ଅଣଦେଖା କରିଦେଲେ, ଯାହାଫଳରେ ଅଞ୍ଚଳ ବାସି ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କେବଳ ପ୍ରଶହନରେ ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏହି ରାସ୍ତାଟି ବରଗଡ଼ ଜିଲ୍ଲାରୁ ନୂଆପଡାକୁ ସଂଯୋଗ କରୁଥିବା ରାସ୍ତା ଅଟେ, ବରଗଡ଼ରେ ସବୁ ଗଡବଡ ଦେଖିବାକୁ ମିଳୁଛି । ଏହି ରାସ୍ତାରେ ଦଶ ଲକ୍ଷ ଟଙ୍କାର କଂକ୍ରିଟ୍‌ ରାସ୍ତାକାମ ହୋଇଛି କିନ୍ତୁ ତାହା ଗୋଟିଏ ମାସ ନପୂରୁଣୁ କଂକ୍ରିଟ୍‌ ଭାଟି ଗଲାଣି । ଏ ଅଂଚଳ ଲୋକମାନେ ସାଧାରଣତଃ ନୂଆପଡା ଜିଲ୍ଲା‌‌ ଉପରେ ନିର୍ଭର କରିଥାନ୍ତି । ଯାହିକି ଡାକ୍ତର ପାଇଁ ବେଲଟୁକ୍ରୀ, ନୂଆପଡା, ଖରିଆରୋଡ, ସାର୍, ବଜାର, ରେଳଷ୍ଟେସନ, ପେଟ୍ରୋଲ, ଡିଜେଲ ଓ ଜୀବନ ଜୀବିକା ନିର୍ବାହ କରିବା ପାଇଁ ନୂଆପଡା ଜିଲ୍ଲା‌‌ ଉପରେ ନିର୍ଭର କରିଥାନ୍ତି, କିନ୍ତୁ ରାସ୍ତା ସାଜିଛି ମରଣଯନ୍ତା । ଯଥା ଶୀଘ୍ର‌ ରାସ୍ତାର ସୁବିଧା ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ସ୍ଥିର କରାଯାଇଥିବା ଯୁବ ସଂଗଠନ ତରଫରୁ ସୂଚନା ମିଳିଛି ।

Leave A Reply

Your email address will not be published.