
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲୋହାରପାଲି ଗ୍ରାମ ପଞ୍ଚାୟତ ଲୋହାରପାଲି ଠାରୁ ଖଇରା ଗ୍ରାମକୁ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ଚାଲିବା ପାଇଁ ରାସ୍ତା ନାହିଁ । ସତେ ଯେମିତି ଲୋହାରପାଲି ଗ୍ରାମ ପଞ୍ଚାୟତବାସୀ ଏବଂ ପଲସଦା ଗ୍ରାମ ପଞ୍ଚାୟତବାସୀ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଅନ୍ତର୍ଭୁକ୍ତ ନୁହଁନ୍ତି । ଏଠାରୁ ୭୪ ବର୍ଷରେ ଅନେକ ଜନ ପ୍ରତିନିଧି ବିଧାନସଭା ଓ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ବରଗଡ ଜିଲ୍ଲା ହେବା ଠାରୁ ଅନେକ ପ୍ରଶାସନିକ ଅଧିକାରୀ ଏହି ଦୁଇଟି ପଞ୍ଚାୟତକୁ ଦେଖିଛନ୍ତି । ଏଠାରେ ଜନ ପ୍ରତିନିଧିଙ୍କ ଅପାରଗତା ଏବଂ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ ହେତୁ ଆଜି ଦୁଇଟି ପଞ୍ଚାୟତବାସୀ ରାସ୍ତାରେ ଚାଲିବା ଭଳି ମୌଳିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି । ତେଣୁ ବରଗଡ ଜିଲ୍ଲାପାଳ ଏ ଦିଗରେ ତଦନ୍ତ କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବୀ ହେଉଛି । ଆଗାମୀ ଦିନରେ ରାସ୍ତାକାମ କରାନଯାଏ, ତା ହେଲେ ଜନସାଧାରଣଙ୍କ ଆକ୍ରୋଶ ଆନ୍ଦୋଳନର ରୂପ ନେବ, ସେଥିପାଇଁ ପ୍ରଶାସନ ହିଁ ଦାୟୀ ରହିବ ବୋଲି ସାମାଜିକ କର୍ମୀ ରାଜକୁମାର ସେଠ ପ୍ରକାଶ କରିଛନ୍ତି ।