om academy

ପଖାନମୁଣ୍ଡା ଗାଁରୁ ମାନ୍ଦଲା ଗାଁକୁ ଯିବା ରାସ୍ତା ଅବସ୍ଥା ଶୋଚନୀୟ

jsm

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଖାନମୁଣ୍ଡା ଗାଁରୁ ମାନ୍ଦଲା ଗାଁକୁ ଯିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ମାନଦଲା ଗାଁରୁ ସମରସିଂ ଗାଁକୁ ଯିବା ରାସ୍ତା ଏବଂ କୁଇବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସେମେଲା ଗାଁରୁ ଦୁସାମୁଣ୍ଡା ଗାଁକୁ ଯିବା ରାସ୍ତା ଓ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାବରି ଗାଁ ପ୍ରଧାନମନ୍ତ୍ରୀ ରାସ୍ତାରୁ ଗାଁ ବସ୍ତି ଭିତରକୁ ଯାଇଥିବା ଆର୍ଡି ରାସ୍ତା ପର୍ଯ୍ୟନ୍ତ ପାଣି କାଦୁଅରେ ସରସର ହୋଇପଡ଼ିଛି । ଯାହାକି ଲୋକମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର ରାସ୍ତାଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇ ପଡିରହିଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ ଦାବୀ କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା କହିଛନ୍ତି । ଏହି ସମସ୍ୟାର ସମାଧାନ ନିମନ୍ତେ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.